Sun. Mar 8th, 2026

ଜି୨୦ ଶିଖର ସମ୍ମିଳନୀ: ‘ଆପଣ ହିଁ ମୋତେ ପ୍ରଥମେ ଫୋନ୍‌ କରିଥିଲେ…’ ଜାପାନ ପ୍ରଧାନମନ୍ତ୍ରୀଙ୍କୁ କହିଲେ ମୋଦୀ

164 Views

ନୂଆଦିଲ୍ଲୀ    :     ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ଗୁରୁବାର ଦିନ ଓସାକାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଭେଟିଛନ୍ତି। ପାରସ୍ପରିକ ସ୍ୱାର୍ଥ ସଂକ୍ରାନ୍ତ ବ୍ୟାପକ ବିଷୟରେ ଉଭୟ ନେତା ଆଲୋଚନା କରିଥିବା କଥା ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି।

ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପାଇଁ ସିଞ୍ଜୋ ଆବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆବେ କହିଲେ ଯେ ଏବେ ତାଙ୍କର ଭାରତ ଯିବା କଥା। ସେଥିପାଇଁ ସେ ଚାହିଁ ବସିଛନ୍ତି। ଶୁଭେଚ୍ଛା ପାଇଁ ଜାପାନୀ ପ୍ରଧାନମନ୍ତ୍ରୀଙ୍କୁ ମୋଦୀଙ୍କୁ ଧନ୍ୟବାଦ ଜଣାଇବା ସହ କହିଲେ କି, ତାଙ୍କର ବିଜୟ ପରେ ପ୍ରଥମେ ସେ ହିଁ ଫୋନ୍‌ କରିଥିଲେ…। ଆପଣ ହେଉଛନ୍ତି ଭାରତର ପ୍ରଥମ ବନ୍ଧୁ ଯିଏ ଫୋନ୍‌ କରି ମୋତେ ଶୁଭେଚ୍ଛା ଜଣାଇଥିଲେ। ଆପଣ ଓ ଜାପାନ ସରକାର ମୋତେ ଦେଇଥିବା ଭବ୍ୟ ସ୍ୱାଗତ ପାଇଁ ମୁଁ କୃତଜ୍ଞ। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌, ଫ୍ରାନ୍‌ସ୍‌ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ଙ୍କ ଭଳି ଅନ୍ୟ ବହୁ ବିଶ୍ୱସ୍ତରୀୟ ନେତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଭେଟିବେ।

By amfnews

Related Post