Sun. Nov 24th, 2024

ଜିଲ୍ଳ୍ା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

By amfnews Sep 4, 2018 #Featured
107 Views

ଯାଜପୁର, ତା ୪ା୯ : ସୋମବାର ପୂର୍ବାହ୍ନରେ ଜିଲ୍ଳ୍ା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହ ଠାରେ ଜିଲ୍ଳ୍ା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକ୍ରିୟାରେ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ଶୁଣାଣିରେ ମୋଟ ୨୧୨ ଗୋଟି ଅଭିଯୋଗ ମଧ୍ୟରୁ ୨୦୦ ଗୋଟି ବ୍ୟକ୍ତିଗତ, ୦୮ ଗୋଟି ସାମୁହିକ, ରେଡକ୍ରସ ସହାୟତା ପାଇଁ ୦୧ ଗୋଟି ଆବେଦନ ମିଳିଥିବା ବେଳେ ଚିକିତ୍ସା ସହାୟତା ପାଇଁ ୩,୦୦୦/- ଟଂକା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ୍ ପାଣ୍ଠିରୁ ସହାୟତା ପାଇଁ ୩ ଗୋଟି ଆବେଦନ ପତ୍ର ମିଳିଥିବା ବେଳେ ସେମାନଙ୍କୁ ୪୨,୦୦୦/- ଟଂକା ପ୍ରଦାନ କରାଯାଇଥିଲା । ଶିବିରରେ ତତ୍କ୍ଷଣାତ୍ ୧୦୬ ଗୋଟି ଅଭିଯୋଗର ସମାଧାନ କରାଯାଇଥିଲା ।

ସେପ୍ଟେମ୍ୱର ୦୭ ତାରିଖରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ଠାରେ ସମାଧାନ ଶିବିର, ୧୦ ତାରିଖରେ ବଡଚଣା ବ୍ଳ୍କ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଓ ମହା ସମାଧାନ ଶିବିର, ୧୭ ତାରିଖରେ ଦଶରଥପୁର ବ୍ଳ୍କ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ, ୨୪ ତାରିଖରେ କୋରାଇ ବ୍ଳ୍କ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଓ କୃଷି ସମାଧାନ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଳ୍ା ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ପ୍ରକାଶ ।

ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ, ଜିଲ୍ଳ୍ା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଊପ-ଜିଲ୍ଳ୍ାପାଳ , ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ , ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଳ୍ା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

By amfnews

Related Post