Sat. Jan 11th, 2025

ଜିଲ୍ଲା ସରକାରୀ କର୍ମ ନିୟୋଜନ କାର୍ଯ୍ୟାଳୟରେ ବିଜେପି ଯୁବ ମୋର୍ଚ୍ଚା ପକାଇଲା ତାଲା

By amfnews Nov 6, 2018 #Featured
110 Views

ରାଉରକେଲା, ୬ା୧୧  : ଭାରତୀୟ ଜନତା ଯୁବମୋର୍ଚ୍ଚା, ପାନପୋଷ ସାଙ୍ଗଠନିକ ଜିଲା ତରଫରୁ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କ ଆହ୍ୱାନରେ ଓଡ଼ିଶାର ବେକାର ଶିକ୍ଷିତ ଯୁବକ, ଯୁବତୀମାନଙ୍କ ନିଯୁକ୍ତି ଦାବିରେ ଜିଲ୍ଲା ସରକାରୀ ନିଯୁକ୍ତି କାର୍ଯ୍ୟାଳୟରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦେବେନ୍ଦ୍ର ବିରଗଣ୍ଠିଆଙ୍କ ନେତୃତ୍ୱରେ ତାଲା ପକାଇବା ସହ ଓଡ଼ିଶା ସରକାର ବେକାରମାନଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଥିବାରୁ ଶତାଧିକ ଯୁବ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ରାଜ୍ୟ ଯୁବମୋର୍ଚ୍ଚା ଯୁବ ସଂଯୋଜକ ତଥା ରାଉରକେଲା ପ୍ରଭାରୀ ବିଶ୍ୱଜିତ୍ ଷଡ଼ଙ୍ଗୀ ଉଦ୍ବୋଧନ ଦେଇ କହିଲେ ଯେ, ୨୦୧୪ ମସିହାରେ ରାଜ୍ୟ ସରକାର ନିଯୁକ୍ତି ମେଳା ନାମରେ ୪୦ ହଜାର ଇଞ୍ଜିନିୟରିଂ ପିଲାଙ୍କ ଠାରୁ ୧୦୦, ୧୦୦ ଟଙ୍କା ଆଦାୟ କରିଥିବା ବେଳେ କାହାକୁ ନିଯୁକ୍ତି ଦେବାରେ ସଫଳ ହୋଇ ନାହାନ୍ତି । କାହାକୁ ମଧ୍ୟ ଆଜି ପର୍ଯ୍ୟନ୍ତ ଅର୍ଥ ଫେରାଇ ନାହାନ୍ତି । ରାଜ୍ୟରେ ଚାଲିଥିବା ଶିିଳ୍ପ ସଂସ୍ଥାରେ ଓଡ଼ିଶା ବାହାରୁ ୫୧ ହଜାର ଜଣ ନିଯୁକ୍ତି ପାଇଥିବା ବେଳେ ଓଡ଼ିଶାର ଯୁବକ, ଯୁବତୀ ଦାଦନ ଖଟିବା ପାଇଁ ଓଡ଼ିଶା ବାହାରକୁ ଯାଉଛନ୍ତି ।

ରାଜ୍ୟ ବିଜେପି ସଂପାଦକ ଧିରେନ ସେନାପତି କହିଲେ ଯେ, ରାଜ୍ୟ ବିଜେଡି ବିଭିନ୍ନ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଲୁଥିବା କଳ କାରଖାନାରେ ଘେରାଉ କରିଥିବା ବେଳେ ଗତ ୨୦ ବର୍ଷ ଭିତରେ ଓଡ଼ିଶା ସରକାରଙ୍କ ଦ୍ୱାରା ଚାଲୁଥିବା ସବୁ ନିଗମ ବନ୍ଦ ହୋଇ ଯାଇଛି ଓ ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ କେବଳ ମଦ ନିଗମ ଆଗେଇ ଚାଲିଛି ବୋଲି ଶ୍ରୀ ସେନାପତି କହିଥିଲେ । ଜିଲା ସଭାପତି ଜଗବନ୍ଧୁ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ମହିଳା ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, କେଦାର ମହାନ୍ତି ପ୍ରଭୃତି ଓଡ଼ିଶା ସରକାର ଯୁବକ, ଯୁବତୀଙ୍କୁ ଚାକିରି ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲା ଉପସଭାପତି ତପନ ସ୍ୱାଇଁ, ବିଶ୍ୱ ମୋର୍ଚ୍ଚା ସଭାପତି ମଳୟ ମହାପାତ୍ର, ମଣ୍ଡଳ ସଭାପତି ଏନ୍.ବି. ରାୟ, ଭବାନୀ କବି, କୈଳାସ ରାଉତ, ଅଜୟ କଂସାରୀ, ରାଜ୍ୟ ମହିଳା ସଂପାଦିକା କଳ୍ପନା ଲେଙ୍କା, ଓ.ବିସି ମୋର୍ଚ୍ଚା ଉପସଭାତି ରାଜେନ୍ଦ୍ର ସାହୁ, ଜିଲା କୋଷାଧ୍ୟକ୍ଷ ଜିତେନ୍ଦ୍ର ଅଗ୍ରୱାଲ, ଜିଲ୍ଲା ଯୁବମୋର୍ଚ୍ଚା ପଦାଧିକାରୀ ଅରୁପ ନାୟକ, ରଞ୍ଜନ ନାୟକ, ହିରୋଜ ରାୟ, ଶ୍ରୀକାନ୍ତ ରାୟ, ବାବୁ ସଲିମ, ଅମିତ୍ ସିଂହ, ସଂଜୀବ ମାଇତି, ରାଜା ରାଉତ, ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ଅନୀଲ ମହାନନ୍ଦିଆ, ରୋଷନ ସାହୁ, ଅମିୟ ଦାସ, ମନୋଜ ସ୍ୱାଇଁ, ବିକାଶ ସାହୁ, ରଂଜନ ସାହୁ, ଦୀପୁ ଦାସ, ସୁରଜ ନାୟକ, ଗାଡୁ ବାଗ୍ ସହ ଶତାଧିକ ଯୁବ କର୍ମୀ ବିକ୍ଷୋଭରେ ସାମିଲ୍ ଥିଲେ ।

By amfnews

Related Post