Tue. Mar 4th, 2025

ଜିଲ୍ଲା ଯୋଜନା ବୋର୍ଡ ସମୀକ୍ଷା ବୈଠକ।

By amfnews Oct 3, 2018 #Featured
204 Views

ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ବୋର୍ଡ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା କ୍ରିଡା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ମାଲକାନଗିରି ବିଧାୟକ ମାନସ ମାଡକାମୀ,ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି,ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡାଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ସମୀକ୍ଷା ବୈଠକରେ ୨୦୧୮/୧୯ ଆର୍ଥିକ ବର୍ଷର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା।ମୁଖ୍ୟତଃ ରାସ୍ତା ଉନ୍ନତିକରଣ ଓ କଲଭର୍ଟ,ପୋଲ ନିର୍ମାଣ ପାଇଁ ଗୁରୁତ୍ୱ ଦିଆଯାଇଥିଲା।ବିଜୁ କେବିକେ ଯୋଜନାରେ ୪ ଟି ପ୍ରକଳ୍ପ ପାଇଁ ୩.୫୦ କୋଟି ବ୍ୟୟ ଅଟକଳ କରାଯାଇଛି।ସେହିପରି ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ ୨୦୧୮/୧୯ ଆର୍ଥିକ ବର୍ଷରେ ମୋଟ ୧୨୭୩ ଟି ପ୍ରକଳ୍ପରେ ୧୩.୪୯ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବିତ ହୋଇଛି।ଉକ୍ତ ଯୋଜନାରେ ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି।୩କୋଟି ୪୬ ଲକ୍ଷ ଟଙ୍କା ଖର୍ଚ୍ଚରେ ୯୩୭ ଟି ପ୍ରକଳ୍ପରେ ବିଦ୍ୟୁତକରଣ,୬ କୋଟି ୩୭ ଲକ୍ଷ ବ୍ୟୟରେ ୧୯୮ ଟି ପ୍ରକଳ୍ପରେ ସଡକ ନିର୍ମାଣ,୩ କୋଟି ୪୦ ଲକ୍ଷ ବ୍ୟୟରେ ୧୩୮ ଟି ପ୍ରକଳ୍ପରେ ପାନୀୟ ଜଳ ଯୋଗାଣ ପାଇଁ ଅର୍ଥ ରହିଛି।
ତେବେ ବିଗତ୩ ମାସ ଧରି ଲଗାଣ ବର୍ଷା ଓ ଘୂର୍ଣ୍ଣିଝଡ ଡାୟ ର ପ୍ରଭାବରେ ମାଲକାନଗିରି ଜିଲ୍ଲାର ଅନେକ ରାସ୍ତା ଓ ପୋଲ କ୍ଷତିଗ୍ରସ୍ତ ହୋଇଛି।ଏଥିପାଇଁ ସ୍ୱତନ୍ତ୍ର ଅନୁଦାନ ରାଶି ମଞ୍ଜୁର କରିବା ପାଇଁ ଉପସ୍ଥିତ ଜନ ପ୍ରତିନିଧିମାନେ ଦାବି କରିଥିଲେ।

By amfnews

Related Post