Sun. Mar 8th, 2026

ଜିଲା ଯୁବମୋର୍ଚ୍ଚା ପଦାଧିକାରୀଙ୍କ ବୈଠକ

248 Views

ରାଉରକେଲା, ୧୧ା୧: ଭାରତୀୟ ଜନତା ଯୁବମୋର୍ଚ୍ଚା ପାନପୋଷ ସାଙ୍ଗଠନିକ ଜିଲାର ଜିଲା ପଦାଧିକାରୀ ବୈଠକ ଦଳୀୟ କାର୍ଯ୍ୟାଳୟ ଠାରେ ଯୁବମୋର୍ଚ୍ଚା ସଭାପତି ଦେବେନ୍ଦ୍ର ବୀରଗଣ୍ଠିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଜନସଂଘ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ସକ୍ରିୟ ତଥା ବରିଷ୍ଠ ନେତା ପୁରୁଷୋତ୍ତମ ଶର୍ମାଙ୍କ ଆଜି ଦେହାନ୍ତ ହୋଇଯାଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ପରେ ପୁନର୍ଗଠିତ ସମସ୍ତ ଜିଲା ପଦାଧିକାରୀଙ୍କୁ ଜିଲା ଯୁବମୋର୍ଚ୍ଚା ସଭାପତି ସ୍ୱାଗତ କରିବା ସହ ଆଗାମୀ ଦିନରେ ପ୍ରତି ଶକ୍ତି କେନ୍ଦ୍ରରେ ଅନ୍ୟୂନ ୨୦ ଜଣ ସକ୍ରିୟ ଯୁବ କର୍ମକର୍ତ୍ତାଙ୍କ ଏକ ସଶକ୍ତ ଗ୍ରୁପ୍ ଗଠନ ପାଇଁ ପରାମର୍ଶ ଦେଇଥିଲେ ଏବଂ ରାଜ୍ୟ ଦ୍ୱାରା ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମକୁ ସମସ୍ତ ଶକ୍ତିକେନ୍ଦ୍ରରେ ବୁଲାଇ ଶତାଧିକ ସମର୍ଥକଙ୍କ ଗହଣରେ ସଫଳ କରିବାକୁ ସଭାପତି ଉପସ୍ଥିତ ପଦାଧିକାରୀ ଓ ମଣ୍ଡଳ ସଭାପତିଙ୍କୁ ପରାମର୍ଶ ଦେଇଥିଲେ ।

ବୈଠକରେ ଜିଲା ଉପସଭାପତି ହିରୋଜ ରାୟ, ବିକାଶ ସାହୁ, ବିଜୟ ସୁନାନୀ, ସାଧାରଣ ସମ୍ପାଦକ ଅରୁପ ନାୟକ, ଶ୍ରୀକାନ୍ତ ରାୟ, ସମ୍ପାଦକ ଭାଗବତ ମାଝି, ଦେବେନ୍ଦ୍ର ସ୍ୱାଇଁ, ବାବୁ ସଲୀମ, ହରିଓଁ ଜୟସ୍ୱାଲ, ଶଙ୍କର ସିଲ୍ ତଥା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଅଶ୍ୱିନୀ ବେହେରା, ଜିତେନ୍ଦ୍ର ସିଂ, ମାନସ ବିଶ୍ୱାଳ, ବିଜୟ କୁମାର ସାହୁ, ପ୍ରକାଶ ସାହୁ, ଶତ୍ରୁଘ୍ନ ପ୍ରଧାନ, ଦେବାଶିଷ ପଣ୍ଡା, ପ୍ରକାଶ ସେଠୀ, ରାଜା ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post