Tue. Nov 5th, 2024

ଜିରୋ ନାଇଟ ସେଲିବ୍ରେସନ ମନା, ଦିଲ୍ଲୀରେ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ ଓ ମୁମ୍ବାଇରେ ଜାରି ରହିବ ୧୪୪ ଧାରା

By Prasanta Patnaik Dec 31, 2020 #Featured
308 Views

ନୂଆଦିଲ୍ଲୀ, ଡିସେମ୍ବର ୩୧ : ସମଗ୍ର ବିଶ୍ୱ ଉତ୍ସାହର ସହିତ ନୂଆ ବର୍ଷକୁ ଅପେକ୍ଷା କରି ରହିଥିବାବେଳେ ଦେଶର ବିଭିନ୍ନ ମେଟ୍ରୋ ସିଟିରେ ମଧ୍ୟ କରୋନା ମହାମାରୀରେ ଜିରୋ ନାଇଟ ସେଲିବ୍ରେସନକୁ ନେଇ କଟକଣା ଜାରି ହୋଇଛି  ।

ଭାରତର ଅନେକ ରାଜ୍ୟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଯାହାଦ୍ବାରା ଜନସାଧାରଣ ସ୍ଥାନରେ ଭିଡ଼ ହେବନି ଓ କରୋନା ଭୟ ରହିବନି ବୋଲି କୁହାଯାଇଛି  । ସୂଚନାନୁସାରେ, ଦେଶର ରାଜଧାନୀ ନୂଆଦିଲ୍ଲୀରେ ଡିସେମ୍ବର ୩୧ରୁ ଜାନୁୟାରୀ ୧ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ  ।

ଡିସେମ୍ବର ୩୧ ରାତି ୧୧ଟାରୁ ଜାନୁଆରୀ ୧ ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ କୌଣସି ଉତ୍ସବ, ପାର୍ଟି ଏବଂ ସମାବେଶକୁ ଅନୁମତି ଦିଆଯାଇନାହିଁ  । ଏଥିସହିତ ମୁମ୍ବାଇରେ ୧୪୪ ଧାରା ଲାଗୁ କରାଯାଇଛି। ସେହିପରି ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟର ବଡ଼ ସହରରେ ସର୍ବସାଧାରଣ ଉତ୍ସବ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି।

କୋଲକାତାରେ ମଧ୍ୟ ନିଷେଧାଦେଶ ହେବ। ଅଧିକାଂଶ ସ୍ଥାନରେ ମଧ୍ୟରାତିର ପରଠାରୁ କୋଣସି ପ୍ରୋଗ୍ରାମଗୁଡିକ ଅନୁମତିପ୍ରାପ୍ତ ନୁହେଁ । ଲୋକମାନଙ୍କୁ ନିବେଦନ କରାଯାଇଛି ଯେ ସେମାନେ ନିଜ ଘରେ ରହି ନୂତନ ବର୍ଷକୁ ସ୍ୱାଗତ କରନ୍ତୁ ।

ମଧ୍ୟପ୍ରଦେଶର ଇନ୍ଦୋର, ଭୋପାଳ, ଜବଲପୁର ଏବଂ ଗ୍ୱାଲିଅର ସମେତ ସମସ୍ତ ବଡ ସହର ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ମଧ୍ୟପ୍ରଦେଶର କୌଣସି ସହରରେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ହେବନାହିଁ  । ସେଠାରେ ଡିଜେ ପାର୍ଟିକୁ ବନ୍ଦ କରାଯାଇଛି  । ବାହାରୁ କୌଣସି ସେଲିବ୍ରିଟିଙ୍କୁ ଡକାଯିବ ନାହିଁ।

କରୋନା ମହାମାରୀର ବିପଦକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ନୂଆବର୍ଷ ପାଇଁ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ରାଜ୍ୟର ୧୨ଟି ଜିଲ୍ଲାରେ ୩୧ ଡିସେମ୍ବର ରାତି ୮ଟାରୁ ଜାନୁଆରୀ ୧ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଘୋଷଣା କରିଛନ୍ତି। ଜୟପୁର, ଯୋଧପୁର, କୋଟା, ଉଦୟପୁର, ଅଜମେର, ବିକାନେର, ଭିଲୱାରା, ନାଗୌର, ପାଲି, ଟଙ୍କ, ସିକର ଏବଂ ଶ୍ରୀଗଙ୍ଗନଗର ରାଜ୍ୟରେ ଏହି କର୍ଫ୍ୟୁ ଲାଗୁ କରାଯାଇଛି।

ମହାରାଷ୍ଟ୍ର ସରକାର ଡିସେମ୍ବର ୨୨ରୁ ଜାନୁୟାରୀ ୫ ପର୍ଯ୍ୟନ୍ତ ମ୍ୟୁନିସିପାଲିଟି ଅଞ୍ଚଳରେ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିସାରିଛନ୍ତି। ମୁମ୍ବାଇ ଏବଂ ରାଜ୍ୟର ଅନ୍ୟ ସମସ୍ତ ପ୍ରମୁଖ ସହରରେ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ କରାଯିବ। ନୂତନ ବର୍ଷ ପାଳନ ସମୟରେ ସତର୍କ ରହିବାକୁ ସରକାର ଲୋକଙ୍କୁ ନିବେଦନ କରିଛନ୍ତି।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post