Sun. Nov 24th, 2024

ଜାଲ୍ ଜନ୍ମଗତ ପ୍ରମାଣ ଦାଖଲ ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀଙ୍କ ପୁଅ ଗିରଫ୍

By amfnews Sep 3, 2019 #Featured
217 Views

ରାୟପୁର  : ନିର୍ବାଚନ ବେଳେ ଭୁଲ୍ ଜନ୍ମଗତ ପ୍ରମାଣପତ୍ର ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବତନ ବିଧାୟକ ଅମିତ ଯୋଗୀ। ବିଳାସପୁର ସ୍ଥିତ ବାସଭବନରେ ଅମିତ ଥିବା ବେଳେ ଛତିଶଗଡ଼ ପୁଲିସ ଆଜି ତାଙ୍କୁ ଗିରଫ କରିଛି। ଗିରଫ ବେଳେ ଅମିତଙ୍କ ସମର୍ଥକ ଓ ପୁଲିସ ପ୍ରଶାସନ ମଧ୍ୟରେ ଠେଲାପେଲା ହୋଇଥିବା ସୂଚନା ରହିଛି। ଅମିତଙ୍କ ସମର୍ଥକମାନେ ଏହି ସମୟରେ ପୁଲିସ ପ୍ରଶାସନ ବିରୋଧରେ ନାରାବାଜି ମଧ୍ୟ କରୁଥିଲେ। ଆଜି ଅମିତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ବିଳାସପୁର ଗ୍ରାମାଞ୍ଚଳ ଏସପି ସଞ୍ଜୟ କୁମାର ଧୃବ ସୂଚନା ଦେଇଛନ୍ତି।

ANI

@ANI

Sanjay Kumar Dhruv, Bilaspur, SP(Rural): He (Amit Jogi) will be produced before a court and as per the orders of the court, action will be taken. He has been accused of giving wrong information in his election affidavit about his birthplace. https://twitter.com/ANI/status/1168758485623824384 

View image on Twitter
ANI

@ANI

Chhattisgarh: Police arrests Amit Jogi, son of former Chhattisgarh Chief Minister Ajit Jogi, from his residence in Bilaspur. More details awaited.

View image on Twitter

ସୂଚନାଯୋଗ୍ୟ, ଗତବର୍ଷ ହୋଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନ ବେଳେ ଅମିତ ଯୋଗୀ ନିଜର ଜାତି ଓ ଜନ୍ମଗତ ପ୍ରମାଣ ପତ୍ର ଭୁଲ୍ ଦେଇଥିଲେ ବୋଲି ବିଜେପି ନେତା ସମୀରା ପୋକର ଛତିଶଗଡ଼ର ଗୋରଲା ଥାନାରେ ଏତଲା ଦେଇଥିଲେ। ସମୀରା ଏତଲାରେ ଦର୍ଶାଇଥିଲେ ଯେ ‘ଅମୀତ ନିର୍ବାଚନ ବେଳେ ନିର୍ବାଚନ କମିଶନଙ୍କ ପାଖରେ ଯେଉଁ ଶପଥପାଠ ଦାଖଲ କରିଥିଲେ ସେଥିରେ ତାଙ୍କ ଜନ୍ମ ତାରିଖ ଭୁଲ୍ ଦାଖଲ କରିଥିଲେ। ଅମିତ ୧୯୭୮ ମସିହା ଗୋରେଲା ଥାନାରେ ଥିବା ସାରବହରା ଗାଁରେ ଜନ୍ମ ଗ୍ରହଣ କରିଥିଲେ ବୋଲି ଶପଥପାଠରେ ଦର୍ଶାଇଛନ୍ତି। ହେଲେ ଏହା ମିଛ। ସେ ୧୯୭୭ ମସିହାରେ ଆମେରିକାର ଡଗଲାସ, ଟେକ୍ସା ନାମକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ।’

ଏହାପରେ ବିଳାସପୁର ଜିଲ୍ଲା ପ୍ରଶାସନ ଜାତିଗତ ପ୍ରମାଣ ପତ୍ରରେ ଅମିତ ଯୋଗୀ ଭୁଲ ଦର୍ଶାଇଥିବା ଅଭିଯୋଗରେ ଏତଲା ଗ୍ରହଣ କରି ଗତ ବୁଧବାର ରାତିରେ ମାମଲା ରୁଜୁ କରିଥିଲା। ଏହି ଆଧାରରେ ଆଜି ଅମିତଙ୍କୁ ଗିରଫ କରିଛି ବିଳାସପୁର ପୁଲିସ୍।

୨୦୧୩ରେ ମଧ୍ୟ ବିଜେପି ନେତା ସମୀରା ସମାନ ଅଭିଯୋଗ ଆଣିଥିଲେ ଅମିତ ଯୋଗୀଙ୍କ ନାମରେ। ଏହାପରେ ଛତିଶଗଡ଼ ହାଇକୋର୍ଟ ୪ ଦିନ ତଳେ ମାମଲାର ଶୁଣାଣି କରି କହିଥିଲେ ୨୦୧୩ ବେଳର ଛତିଶଗଡ଼ ବିଧାନସଭା ଭଙ୍ଗ ହୋଇ ନୂଆ ବିଧାନସଭା ଚାଲିଛି। ତେଣୁ ପୁରୁଣା ମାମଲାର ବିଚାର କରି କୌଣସି ଲାଭ ନାହିଁ। ଏହାପରେ ସମୀରା ସଙ୍ଗେସଙ୍ଗେ ବିଳାସପୁର ଜିଲ୍ଲା ଗୋରେଲା ଥାନାରେ ମିଥ୍ୟା ତଥ୍ୟ ଅଭିଯୋଗରେ ଏତଲା ଦେଇଥିଲେ।

By amfnews

Related Post