Fri. Mar 6th, 2026

ଜାପାନ-ଆମେରିକା-ଇଣ୍ଡିଆ ସହଯୋଗକୁ ‘ଜୟ’ ଆଖ୍ୟା ଦେଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ ‘ଜୟ’ ଅର୍ଥ ସଫଳତା

249 Views

ବୁଏନୋସ୍‌ ଆଇରସ୍‌, ଡିସେମ୍ବର ୦୧ : ଇଣ୍ଡିଆ-ୟୁଏସ୍‌-ଜାପାନ୍‌ର ସହଯୋଗକୁ ‘ଜୟ’ ଅର୍ଥାତ୍‌ ‘ବିଜୟ’ ଆଖ୍ୟା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ କହିଲେ ତିନି ଦେଶ ମଧ୍ୟରେ ସହଯୋଗିତା ବିଶ୍ୱ ଶାନ୍ତି ଏବଂ ସମୃଦ୍ଧି ପଥରେ ଅନେକ ଦୂର ଆଗେଇ ଯିବ।

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଜି-ଟେ୍ଵଣ୍ଟି ଶିଖର ବୈଠକ ବାହାରେ ପ୍ରଥମ ଥର ଲାଗି ତ୍ରିପାକ୍ଷିକ ବୈଠକରେ ମୋଦି କହିଲେ: ଯଦି ମୁଁ ଜାପାନ, ଆମେରିକା ଓ ଇଣ୍ଡିଆକୁ ଅଲଗା କରି ରଖେ ତେବ ଏହା ଜୟ ହେବ। ହିନ୍ଦୀରେ ‘ଜୟ’ ଅର୍ଥ ସଫଳତା।ଗୋଟିଏ ଆଡୁ ଦେଖିବାକୁ ଗଲେ ‘ଜୟ’ ହେଉଛି ସଫଳତାର ବାର୍ତ୍ତା ଏବଂ ଆମେ ନୂଆକରି ଆରମ୍ଭ କରୁଛୁ। ମୋର ବିଶ୍ୱାସ ଆମର ଯୋଜନା ବିଶ୍ୱରେ ଶାନ୍ତି ଓ ସମୃଦ୍ଧି ପ୍ରସାରରେ ବଡ଼ ଭୂମିକା ଗ୍ରହଣ କରିବ।

ବିଶ୍ୱରେ କେମିତି ଶାନ୍ତି, ସମୃଦ୍ଧି ଏବଂ ସ୍ଥିରତାର ଅଗ୍ରଗତି ହେବ ତାହା ଆଲୋଚନା କରିବାକୁ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଉତ୍ସର୍ଗୀକୃତ ତିନିଟି ଦେଶ ଆଲୋଚନା କରିବା ହେଉଛି ଗୋଟାଏ ଶୁଭ ଅବସର।ମୁଁ ଆନନ୍ଦିତ ଯେ ଉଭୟ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଜାପାନ ଆମ ରଣନୀତିର ଅଂଶୀଦାର। ଉଭୟ ନେତା ମୋର ଘନିଷ୍ଠ ବନ୍ଧୁ। ଏକତ୍ର କାମ କରିବା ନିମନ୍ତେ ଏଇଟା ଶୁଭ ଅବସର।

By amfnews

Related Post