Thu. Nov 7th, 2024

ଜାତୀୟ ରାଜପଥରେ ମାଟିଅତଡ଼ା ଭୁଶୁଡି ଦାର୍ଜିଲିଂ-ସିକିମ ସହ ଯୋଗାଯୋଗରେ ବିଛିନ୍ନ

By amfnews Jul 12, 2019 #Featured
88 Views

ସିଲିଗୁଡି  : ଦାର୍ଜିଲିଂ-ସିକିମ ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ ଏହି ଅଂଚଳ ଦେଶଠାରୁ ଯୋଗାଯୋଗରେ ବିଛିନ୍ନ ହୋଇଯାଇଛି | ଲଗାତାର ୭୨ ଘଣ୍ଟା ଧରି ବର୍ଷା ଲାଗି ରହିବା ଫଳରେ ପାହାଡ ଦେଇ ଯାଇଥିବା ଜାତୀୟ ରାଜପଥ ୧୦ ଉପରେ ମାଟି ଅତଡ଼ା ଧସିଯାଇଛି | ଯାହାଫଳରେ ଅବରୋଧ ହୋଇଯାଇଛି ଜାତୀୟ ରାଜପଥ | ଲଗାତାର ମାଟି ଅତଡ଼ା ଧସୁଥିବାରୁ ଗମନାଗମନ ଅଟକି ଯାଇଛି |

ଦୁଇ ପଟରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଛି | ପାଣିପାଗ ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ଆହୁରି ୪୮ ଘଣ୍ଟା ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାର କୁହାଯାଇଥିବାରୁ ସ୍ଥାନୀୟ ଲୋକଙ୍କର ଚିନ୍ତା ବଢିଯାଇଛି | ଦାର୍ଜିଲିଂରେ ମାଟି ଅତଡ଼ା ଧସି ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବର୍ଷା ଯୋଗୁଁ ତିସ୍ତା ନଦୀରେ ରାଜସ୍ଥାନରୁ ଆସିଥିବା ଏକ ପର୍ଯ୍ୟଟକ ଗାଡି ମଧ୍ୟ ଖସିପଡ଼ିଥିଲା |

ଏଥିରେ ଥିବା ୪ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି | ସେହିପରି କେବଳ ସଡକ ପଥ ନୁହଁ ବରଂ ରେଳପଥ ମଧ୍ୟ ପ୍ରଭାବିତ ହୋଇଛି | ସିଲିଗୁଡିରୁ ଅଲିପୁରଦବାର ଦେଇ ଯାଉଥିବା ସମସ୍ତ ଟ୍ରେନକୁ ବାତିଲ କରିଦିଆଯାଇଛି |

By amfnews

Related Post