Sat. Mar 7th, 2026

ଜାତୀୟ ବୃଞ୍ଚିଗତ ସ୍ୱାସ୍ଥ୍ୟ ଦିବସ ପାଳିତ

564 Views

ରାଉରକେଲା, ୧୨/୭  : ରାଉରକେଲା ଇସ୍ପାତ କାରଖାନାର ବୃତ୍ତିଗତ ସ୍ୱାସ୍ଥ୍ୟସେବା କେନ୍ଦ୍ରଠାରେ ଜାତୀୟ ବୃତ୍ତିଗତ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଛି । ଇଡ଼ି (ପ୍ରୋଜେକ୍ଟ) ରାଜୀବ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଇଜିଏଚ ଶଲ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡା. ଆର.କେ. ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୃତ୍ତିଗତ ସମ୍ପର୍କିତ ଦୁର୍ଘଟଣା ଓ ଅସୁସ୍ଥତାଜନିତ ପରିସଂଖ୍ୟାନ ଉପରେ ଆଲୋକପାତ କରିଥିଲେ ।

କୋଲକାତା ସ୍ଥିତ ଆଞ୍ଚଳିକ ବୃତ୍ତିଗତ ସ୍ୱାସ୍ଥ୍ୟକେନ୍ଦ୍ରର ବୈଜ୍ଞାନିକ ଡା. ସି.କେ. ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ରାଉରକେଲଲାର ପ୍ରତିଷ୍ଠିତ ଚିକିତ୍ସକ ଓ ଇଣ୍ଡଇଆନ ଆସୋସିଏସନ ଅଫ ଅକୁପେସନାଲ ହେଲ୍ଥ ଓଡ଼ିଶା ଶାଖାର ବରିଷ୍ଠ ସଦସ୍ୟ ତଥା ଆରଏସପିର ଚିକିତ୍ସା ଚିଭାଗର ପୂର୍ବତନ ନିର୍ଦ୍ଦେଶକ ଡା. ଡ଼ି.ଏନ. ମହାପାତ୍ର, ପୂର୍ବତନ ସହାୟକ ନିର୍ଦ୍ଦେଶକ ଡ.ରାହାସ ବିହାରୀ ମହାପାତ୍ରଙ୍କୁ ବୃତ୍ତିଗତ ସ୍ୱାସ୍ଥ୍ୟସେବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ପର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଓଏଚଏସିର ବରିଷ୍ଠ ନିର୍ଦ୍ଦେଶକ ତରୁଣାଦିତ୍ୟ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଡା. ସୁରେନ୍ଦ୍ର କୁମାର ଧନ୍ୟବାଦ ଅର୍ପଣ କରିଥିଲେ । କେ.ସି. ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Post