Sat. Mar 7th, 2026
271 Views

ଶ୍ରୀକାକୁଲମ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ ସାରି ବସରେ ଆନ୍ଧ୍ରପ୍ରଦେଶର ବିଶାଖା ଯାଉଥିବା ଉତ୍ତରାଖଣ୍ଡର କିଛି ତୀର୍ଥଯାତ୍ରୀ ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣା ପରେ ବସ୍‌ଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଏଥିରେ ଥିବା ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ତେବେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଶ୍ରୀକାକୁଲମ ଜିଲ୍ଲାର ଭୀମବରମର ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଘରୋଇ କମ୍ପାନୀର ବସ୍‌ ସନ୍ତୁଳନ ହରାଇ ଏହି ତୀର୍ଥଯାତ୍ରୀଙ୍କ ବସ୍‌କୁ ଧକ୍କା ଦେଇଥିଲା। ଏହା ପରେ ଦୁଇଟି ଯାକ ବସ୍ ଜଳି ଯାଇଥିଲେ।
ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକମାନେ ଦମକଳ ବାହିନୀକୁ ଖବର ଦେଇଥିଲେ। ଏହାପରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ରେ ନିଆଁ ଲାଗିଯିବା ଫଳରେ ତୀର୍ଥଯାତ୍ରୀଙ୍କର ସବୁ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି। ବସ୍‌ରେ ପ୍ରାୟ ୪୫ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି।

By amfnews

Related Post