Thu. Jan 2nd, 2025

ଜରୁରୀକାଳୀନ ସ୍ଥିତିରେ ‘ସିଆଇଏ’ ଓ ଫ୍ରାନ୍ସ ସରକାରଙ୍କଠୁ ସାହାଯ୍ୟ ମାଗିଥିଲେ ଫର୍ଣ୍ଣାଣ୍ଡିଜ

By amfnews Jan 29, 2019 #Featured
178 Views

ନୂଆଦିଲ୍ଲୀ, ଜାନୁଆରୀ ୨୯: ପୂର୍ବତନ ରକ୍ଷାମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିଜଙ୍କ ୮୮ବର୍ଷ ବୟସରେ ଦେହାନ୍ତ ହୋଇଛି । ବହୁ ଦିନ ଧରି ସେ ଶଯ୍ୟାସାୟୀ ଥିଲେ । ଜର୍ଜ ଦିଲ୍ଲୀର ମାକ୍ସ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଜର୍ଜ ବାଜପେୟୀ ସରକାରଙ୍କ ନେତା ଥିଲେ । ଜର୍ଜ ଆଲ୍ଜାଇମର ରୋଗରେ ପୀଡିତ ଥିଲେ, ଏହି ରୋଗରେ ତାଙ୍କୁ କିଛି ମନେ ରହୁନଥିଲା । ଏକ ସଂସଦ ହିସାବରେ ରାଜ୍ୟସଭାରେ ତାଙ୍କ ଶେଷ କାର‌୍ୟ୍ୟକାଳ ୨୦୦୯ ଅଗଷ୍ଟ ରୁ ୨୦୧୦ ଜୁଲାଇ ମଧ୍ୟରେ ଥିଲା ।

୧୯୭୫ମସିହାରେ ଜରୁରୀକାଳୀନ ପରିସ୍ଥିତିରେ, ଯେତେବେଳେ ସଂମ୍ପୂର୍ଣ୍ଣ ଦେଶ କଷ୍ଟରେ ଥିଲା, ତାହା ଇତିହାସରେ ଉଲ୍ଲେଖ ଅଛି । ଏହି ସମୟରେ ଜର୍ଜ ଫର୍ଣ୍ଣାଡିଜ ଏକ ଉଦାହରଣ ହୋଇଥିଲେ, ଯିଏ ଜରୁରୀକାଳୀନ ସ୍ଥତିରେ ପୀଡିତ ଥିଲେ । ୧୯୬୭ରୁ ୨୦୦୪ ପର‌୍ୟ୍ୟନ୍ତ ୯ଟି ଲୋକସଭା ନିର୍ବାଚନ ଲଢିଥିବା ଫର୍ଣ୍ଣାଡିଜ ବହୁତ ସରକାର ବିରୋଧି ଆନ୍ଦୋଳନ କରିଥିଲେ ।

ୱିକିଲିକ୍ସଙ୍କ ମୁତାବକ ପୂର୍ବତନ ରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିଜ ଜରୁରୀକାଳୀନ ସମୟରେ ଆମେରିକାର ଗୁଇନ୍ଦା ଏଜେନ୍ସି ‘ସିଆଇଏ’ ଓ ଫ୍ରାନ୍ସ ସରକାରଙ୍କୁ ଆର୍ଥିକ ସହାୟତା ମାଗିଥିଲେ । ଏହି ସମୟରେ ଜର୍ଜ ଫର୍ଣ୍ଣଡିଜ ସାମ୍ନାକୁ ଆସୁ ନଥିଲେ ।

୧୯୭୫ରେ ତତକାଳ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କ ବିରୋଧରେ  ବିପକ୍ଷର ସମସ୍ତୁ ଦଳ ଦେଶସାରା ଆନ୍ଦୋଳନ କରିଥିଲେ । ଜର୍ଜ ଫର୍ଣ୍ଣାଡିଜ ସେ ସମୟରେ ଶ୍ରମିକ ନେତା ଥିଲେ । ସେ ଆମେରିକା ସମ୍ରାଜ୍ୟବାଦ ଓ ବିଦେଶୀ ପୁଞ୍ଜିର ବିରୋଧି ଥିଲେ ।

ୱିକିଲିକ୍ସଙ୍କ ଦସ୍ତାବିଚ ମୁତାବକ, ଜରୁରୀକାଳୀନ ବିରୋଧରେ ଜର୍ଜ ତତତ୍କାଳୀନ ଇନ୍ଧିରା ଗାନ୍ଧୀ ସରକାରକୁ ଭାଙ୍ଗିବା ପାଇଁ ଆନ୍ଦୋଳନ କରିଥିଲେ । ଏହି ମାମଲାରେ ସେ ଫ୍ରାନ୍ସ ସରକାର ଲେବର ଆଟାଚ ମ୍ୟାନଫ୍ରେଡ ତରଲାକଙ୍କ ସହ ସାକ୍ଷାତ କରିଥିଲେ ଓ ତାଙ୍କୁ ଆର୍ଥିକ ସହାୟତା ମାଗିଥିଲେ, କିନ୍ତୁ ଫ୍ରାନ୍ସ ସରକାର ମନା କରିଦେଇଥିଲେ । ଏହା ପରେ ଜର୍ଜ ତରଲାକଙ୍କୁ କହିଥିଲେ କି, ସେ ସିଆଇଏଙ୍କ ସହ ଏହା ଉପରେ କଥା ହେବେ ।ଏନେଇ ତରଲାକ ମଧ୍ୟ କହିଥିଲେ ସେ ସିଆଇଏରୁ କାହାକୁ ଜାଣି ନାହାନ୍ତି ।

By amfnews

Related Post