278 Views
ମାଲକାନଗିରିର ଇତିହାସ ଭାରତ ବର୍ଷର ଅନ୍ୟାନ୍ୟ ସ୍ଥାନ ପରି ରୋମାଞ୍ଚକ ଓ ଆନନ୍ଦ ଦାୟକ ପ୍ରଦାନରେ କମ୍ ନୁହେଁ ।ଏହି ଭୂମିଟି ନିଘଞ୍ଚ ଦୁଷ୍ପାପ୍ୟତା ଜଙ୍ଗଲପୂର୍ଣ୍ଣ । ଛୋଟିଆ କିନ୍ତୁ ସୁନ୍ଦର ନଦୀ ସମୂହ ତରଙ୍ଗିତ ଗତି ସହ ମାଳଭୂମି ଏବଂ ଆଦିାସୀ ସଂସ୍କୃତି ବୈଭବରେ ପରିପୂର୍ଣ୍ଣ । ଦୀର୍ଘ ୨୫୦୦ ବର୍ଷ ପୂର୍ବର ମାନବ ସଂସ୍କୃତି ସହ ମାଲକାନଗିରିର ଇତିହାସ ବଦ୍ଧମୂଳ । ଆଧୁନିକ ସଭ୍ୟତାକୁ ଅଗ୍ରାଧିକାର ଦେବା ସହିତ ଅନେକ ପୌରାଣିକ ଘଟଣାବଳୀଗୁଡିକ ମାଲକାନଗିରିର ଚତୁର୍ଦ୍ଦିଗରେ ସ୍ଥାନ ପାଇଛି ।ମହାପ୍ରଭୁ ରାମଚନ୍ଦ୍ରଙ୍କ ରାଜତ୍ୱ କାଳରେ ମାଲକାନଗିରି ସଂପୂର୍ଣ୍ଣ ରାମାୟଣରେ ପ୍ରଧାନ୍ୟ ସ୍ଥାନ ଅଧିକାର ଯୋଗ୍ୟ ହେବା ତାହା ଥିଲା ଏକ ପବିତ୍ର ନଦୀ ତମସା ଏବଂ ଏହାର ଚାରିପାଖ ଅଞ୍ଚଳ, ସାଧୁ ବାଲ୍ମିକୀଙ୍କୁ ହିନ୍ଦୁମାନଙ୍କ ପବିତ୍ର ଗ୍ରନ୍ଥ ରାମାୟଣ ରୂପରେ ଅଭ୍ୟନ୍ତରୀଣ ଭାବନାକୁ ପ୍ରକାଶ କରିବା ନିମିତ୍ତ ଉତ୍ସାହ ପ୍ରଦାନ କଲା ।
ଏହି ସ୍ଥାନଟି ରାମାୟଣରେ ମାଲ୍ୟବନ୍ତଗିରି ନାମରେ ଜଣାଶୁଣା ଥିଲା । ତମସା ନଦୀଟି ଆଦିବାସୀ ଶବ୍ଦ ‘’ତନସା’’ ରୁ ଅଣାଯାଇଛି ଯାହର ଅର୍ଥ ଗୁମ୍ଫା ଓ ଏହା ଗୁମ୍ଫାରୁ ପ୍ରବାହିତ । ଏହି ନଦୀର କୂଳ ବୃହତ ପୌରାଣିକ ରାମାୟଣର ଉତ୍ପତ୍ତିର ସାକ୍ଷ୍ୟ ଦିଏ । ବଳରାମ ଦାସଙ୍କ ରଚିତ ଦାଣ୍ଡି ରାମାୟଣରେ ରମଣୀୟ ମାଲ୍ୟବନ୍ତଗିରି ପ୍ରଧାନ ସ୍ଥାନ ସ୍ଥାପନ କରିଛି । ବିଶ୍ୱାସ୍ୟ ଯେ ପ୍ରଭୁ ରାମଚନ୍ଦ୍ରଙ୍କ ଗସ୍ତ ଓ ଦେବୀ ସୀତାଙ୍କ ସ୍ନାନ ସ୍ଥାନ ମୁଦିଲିପଡ଼ା ନିକଟସ୍ଥ ସୀତାକୁଣ୍ଡର ଅସ୍ତିତ୍ୱ ଅଧିକତର ଶକ୍ତିଶାଳୀ କରିଛି । ପୁଣି ମଧ୍ୟ ମହାଭାରତ ସମୟରେ ଏହି ସ୍ଥାନଟି ପାଣ୍ଡବମାନଙ୍କର ଏକ ଆକର୍ଷଣୀୟ ସ୍ଥାନ ହୋଇଥିଲା । ସେମାନେ ତାଙ୍କର ଅଜ୍ଞାତବାସ ଏକ ବର୍ଷ ପର୍ଯ୍ୟନ୍ତ ମାଲକାନଗିରି ଘଞ୍ଚ ଜଙ୍ଗଲରେ କାଟିଥିଲେ ।
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି ୮୩ (କୃଷ୍ନ ନଗର) ଓ ଟିନରାଜପଲ୍ଲୀ ର ମଧ୍ୟବର୍ତ୍ତୀ ସ୍ତାନ ରେ ଏକ ପଥର ଉପରେ ପୁରାଣବର୍ଣ୍ଣିତ ଶ୍ରୀରାମଙ୍କ ପାଦ ଚିହ୍ନ, ଶ୍ରି ରାମ ପୋଖରୀ(ପୁଷ୍କରିଣୀ) , ବିଭିନ୍ନ ଔଷଧୀୟ ବୃକ୍ଷବଗିଚା ସମେତ ଆଖ ପାଖରେ ଭରି ରହିଛି ପ୍ରାକୃତିକ ଜଙ୍ଗଲର ନୈସର୍ଗିକ ଶୋଭାରାଜି । ଏବ୍ଂ ଏହା ର କିଛି ଦୂରରେ ଏକ ଅଧା ବିଖଣ୍ଡିତ ସୀତା ମାତା ଙ୍କର ମୂର୍ତ୍ତି ଙ୍କୁ ଏମଭି 82 ଗ୍ରାମ ବାସୀ ମାନେ ବହୁ ନିଷ୍ଠାର ସହ ପୂଜାର୍ଚନା କରିଥାନ୍ତି। ତାଙ୍କର ବିଶ୍ବାସ ଅଛି ଯେ ମା ଜାଗ୍ରତ ପ୍ରତିମା ଟିଏ।କିନ୍ତୁ ଏହି ସ୍ଥାନଟି ଏବେ ସରକାରୀ ଅବହେଳା ର ଶିକାର ପଲଟିଛି।