Sun. Nov 24th, 2024

ଜମ୍ମୁ-କାଶ୍ମୀର: ଆତଙ୍କବାଦୀ ଆକ୍ରମଣରେ ଏଏସଆଇ ସହିଦ

By amfnews Oct 27, 2018 #Featured
149 Views

କାଶ୍ମୀର, ଅକ୍ଟୋବର ୨୭ : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି । ଆତଙ୍କୀମାନେ ପାୱାର ଗ୍ରିଡ ଉପରେ ଗ୍ରେନେଡ୍ ମାଡ କରିଛନ୍ତି । ଏହି ଆକ୍ରମଣରେ ଜଣେ ପୋଲିସ ଏଏସଆଇ ସହିଦ ହୋଇଛନ୍ତି ।

ବଡଗାମ ଜିଲ୍ଲାର ନୋଗାମରେ ଥିବା ପାୱାର ଗ୍ରୀଡ ପ୍ଲାଂଟ ଉପରେ ମଧ୍ୟରାତ୍ରରେ ଆତଙ୍କୀମାନେ ଗ୍ରେନେଡ୍ ମାଡ କରିଥିଲେ । ଏହି ଗ୍ରେନେଡ ମାଡରେ ସିଆଇଏସଏଫ  ଏଏସଆଇ ରାଜେଶ କୁମାର ଗୁରୁତର ଆହତ ହୋଇଥିଲେ । ପରେ ରାଜେଶଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ । ଏହି ଘଟଣା ଭିଆଇବା ପରେ ଆତଙ୍କୀମାନେ ଫେରାର ହୋଇ ଯାଇଛନ୍ତି । ବର୍ତମାନ ସେଠାରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ଏହା ପୂର୍ବରୁ ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ଆତଙ୍କବାଦୀମାନେ ୩୪ ରାଷ୍ଟ୍ରୀୟ ରାଇଫଲସ୍ କ୍ୟାମ୍ପ ଉପରେ ଗତକାଲି ଆକ୍ରମଣ କରିଥିଲେ । ଆତଙ୍କୀମାନେ କ୍ୟାମ୍ପ ଉପରେ ଗୁଳିମାଡ କରିଥିଲେ । କିନ୍ତୁ ଏହି ଘଟଣାରେ କୌଣସୀ ସୁରକ୍ଷାକର୍ମୀ ଆହତ ହୋଇ ନଥିଲେ ।

By amfnews

Related Post