Sat. Mar 7th, 2026

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ପତ୍ନୀ କହିଲେ ‘ମୁଁ ଜଣେ ଶିବଭକ୍ତ’

258 Views

ନୂଆଦିଲ୍ଲୀ: ଆକସ୍ମିକଭାବେ ଗତକାଲି ସନ୍ଧ୍ୟାରେ ପାୟଲ ନାଥ ନାମ୍ନୀ ଜଣେ ମହିଳା ଭଗବାନ ବିଶ୍ୱନାଥଙ୍କୁ ଦର୍ଶନ କରିବା ସହ ସେଠାରେ ପୂଜାର୍ଚ୍ଚନା କରିଥିଲେ ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ପାୟଲ ନାଥ ହେଉଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ପତ୍ନୀ । ସେ କାଶୀ ବିଶ୍ୱନାଥଙ୍କୁ ପୂଜାର୍ଚ୍ଚନା କରିବା ପରେ କାଶୀ କୋତୱାଲ କାଳଭୈରବ ଓ ଅନ୍ନପୂର୍ଣ୍ଣା ମନ୍ଦିରରେ ମଧ୍ୟ ପୂଜା କରିଥିଲେ । ସେ ସାଧାରଣ ଭକ୍ତଙ୍କ ଭଳି ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ ପାଖାପାଖି ଅଧ ଘଣ୍ଟା ଯାଏଁ ମନ୍ଦିର ପରିସରରେ ରହିଥିଲେ।

ପାୟଲ ସେଠାକୁ ଏକା ଯାଇ ନଥିଲେ ବରଂ ତାଙ୍କ ସହ ଜାହିର ଅବଦୁଲ୍ଲା ଓ ଜାମିର ମଧ୍ୟ ଉପସ୍ଥିତ ଥିଲେ । ପାୟଲ ଗଙ୍ଗା ଆରତୀରେ ମଧ୍ୟ ସାମିଲ ହୋଇଥିଲେ ଓ କହିଥିଲେ, ସେ କାଶୀରେ ୫-୬ ଦିନ ରହିବେ ।

ଏହି ଅବସରରେ ସେ ଭଗବାନ ଶିବଙ୍କ ଜଣେ ପରମ ଭକ୍ତ ବୋଲି କହିଥିଲେ । ଭଗବାନ ଶିବଙ୍କ ବିଭିନ୍ନ ପ୍ରସିଦ୍ଧ ମନ୍ଦିର ଯଥା ରାମେଶ୍ୱରମ, ସୋମନାଥ, କେଦାରନାଥ, ବୈଦ୍ୟନାଥ ଆଦି ମଧ୍ୟ ଆଗରୁ ଯାଇଥିଲେ ବୋଲି କହିଥିଲେ ଉମର ଅବଦୁଲ୍ଲାଙ୍କ ପତ୍ନୀ ପାୟଲ ନାଥ ।

By amfnews

Related Post