Sat. Feb 1st, 2025

ଜମ୍ମୁ-କଶ୍ମୀର ସମ୍ପର୍କରେ ଅପପ୍ରଚାର କରି ବ୍ୟକ୍ତି ଗିରଫ

By amfnews Aug 20, 2019 #Featured
220 Views

ଜମ୍ମୁ :  ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ କଟକଣା ବଳବତ୍ତର ରହିଛି। କିଛି ସ୍ଥାନରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ତଥାପି କିଛି ବିଶୃଙ୍ଖଳାକାରୀ ଅପପ୍ରଚାର କରି ସ୍ଥିତିକୁ ବିଗାଡ଼ିବାକୁ ଚେଷ୍ଟା କରୁଛନ୍ତି।

ଏହିକ୍ରମରେ ଉପତ୍ୟକାରେ ଅପପ୍ରଚାର କରି ଲୋକଙ୍କ ମନରେ ଭୟରବାତାବରଣ ସୃଷ୍ଟି କରୁଥିବା ଜଣେ ବ୍ୟକ୍ତିଙ୍କୁ ଆଜି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗିରଫ କରାଯାଇଛି। ଜମ୍ମୁର ଏସ୍‌ପି ତେଜିନ୍ଦର ସିଂହ କହିଛନ୍ତି, “ଖୌର ଅଞ୍ଚଳରେ ରହୁଥିବା ଯଶବୀର ସିଂହ ଓରଫ ବାଦଶାହ ଓରଫ ଡନ୍‌ ଜମ୍ମୁ-କଶ୍ମୀରବାସୀଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଅପପ୍ରଚାର ଆରମ୍ଭ କରିଥିଲା।

ଯଶବୀରର ଅପ୍ରଚାର ଯୋଗୁ ରବିବାର ଦିନ ଲୋକଙ୍କ ମନରେ ଭୟର ବାତାରବଣ ସୃଷ୍ଟି ହୋଇଥିଲା। ଅପପ୍ରଚାରକୁ ସତ ଭାବି ଲୋକମାନେ ପେଟ୍ରୋଲ ପମ୍ପଠାରୁ ଆରମ୍ଭ କରି ବିଭିନ୍ନ ଦୋକାନରେ ଭିଡ଼ ଜମାଇଥିଲେ।

ଏହି ଅପପ୍ରଚାର ଘଟଣା ସାମ୍ନାକୁ ଆସିବା ପରେ ଅଖନୁର ପୁଲିସ୍‌ ଷ୍ଟେସନରେ ଏକ ଏଫ୍‌ଆଇଆର ରୁଜୁ ହୋଇଥିଲା। ଏହାର ତଦନ୍ତ କରାଯିବା ପରେ ଘଟଣା ପଛରେ ଯଶବୀରର ହାତ ଥିବା ଜଣାପଡ଼ିଥିଲା। ଏହି କାରଣରୁ ତା’କୁ ଗିରଫ କରାଯାଇଛି। ଯଶବୀର ଜଣେ ଡ୍ରଗ୍ସ ନେଉଥିବା ବ୍ୟକ୍ତି ଏବଂ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ସେ ଏଭଳି କରୁଥିବା ସାମ୍ନାକୁ ଆସିଛି।”

By amfnews

Related Post