139 Views
ଶ୍ରୀନଗର, ଅକ୍ଟୋବର ୧୬ : ଜମ୍ମୁ କଶ୍ମୀରର ପୁଲବାମାରେ ଯବାନଙ୍କ ଉପରକୁ ଆତଙ୍କବାଦୀମାନେ ମଙ୍ଗଳବାର ଭୋର ସକାଳୁ ଆକ୍ରମଣ କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟ ଅନୁସାରେ ସିଆରପିଏଫ ଯବାନଙ୍କ ଶିବିରକୁ ଆତଙ୍କବାଦୀମାନେ ଅତର୍କୀତ ଭାବରେ ଆକ୍ରମଣ କରିଛନ୍ତି । ଫଳରେ ୨ଜଣ ସିଆରପିଏଫ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯବାନମାନେ ତଲାସି ଅଭିଯାନ ଜାରି ରଖିଛନ୍ତି ।