Sat. Mar 7th, 2026

ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମାରେ ଏନ୍‌କାଉଣ୍ଟର୍: ତିନି ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ନିହତ

301 Views

ଶ୍ରୀନଗର: ବୁଧବାର ବଡ଼ି ସକାଳେ ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ କାରଣରୁ ତିନି ଜଣ ‌ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି।

ନିହତ ଆତଙ୍କବାଦୀମାନଙ୍କର ପରିଚୟ ମିଳିନାହିଁ। ପୁଲସି କହିବା ଅନୁସାରେ, ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ବନ୍ଧରେ ସୂଚନା ପାଇବା ପରେ ଆଜି ସକାଳେ ପୁଲୱାମାର କଙ୍ଗନ ଅନ୍ତର୍ଗତ ଅସ୍ତାନ୍ ମୋହଲ୍ଲାରେ ‘କର୍ଡନ୍ ଆଣ୍ଡ୍ ସର୍ଚ’ ଅଭିଯାନ ଚଳାଇବା ପରେ ଏନ୍‌କାଉଣ୍ଟର୍ ଆରମ୍ଭ ହୋଇଥିଲା। ଏଥିରେ ସାମିଲ ହୋଇଥିଲେ ଜମ୍ମୁ ଓ କଶ୍ମୀର ପୁଲିସ, ଭାରତୀୟ ସେନାର ୫୫ ରାଷ୍ଟ୍ରୀୟ ରାଇଫଲ୍ ଏବଂ ସିଆର୍‌ପିଏଫ୍‌ର ୧୮୩ ବାଟାଲିୟାନ୍‌ର ମିଳିତ ଟିମ୍।

ନିରାପତ୍ତା ବଳ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ସ୍ଥାନକୁ ବେଢ଼ିଯିବା ପରେ ପ୍ରଥମେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍ର ସୂତ୍ରପାତ ହୋଇଥିଲା। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ କମାଣ୍ଡର୍ ଭଳି ମନେହେଉଛି। ସତର୍କତା ପଦକ୍ଷେପସ୍ବରୂପ ପୁଲ୍‌ୱାମାରେ ଇଣ୍ଟର୍‌ନେଟ୍ ସେବା କାଟି ଦିଆଯାଇଛି।

By amfnews

Related Post