Sat. Mar 7th, 2026

ଜମ୍ମୁ ଓ କଶ୍ମୀରକୁ ବିଭାଜିତ କରୁଥିବା ପ୍ରାଚୀରର ପତନ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ

184 Views

ନୂଆଦିଲ୍ଲୀ: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଧାରା ୩୭୦ କୃତ୍ରିମ ପ୍ରାଚୀର ସୃଷ୍ଟି କରି ଜମ୍ମୁ ଓ କଶ୍ମୀରକୁ ଦେଶ ବାକି ଅଂଶ ଠାରୁ ପୃଥକ୍‌ କରିଥିଲା। ଅଗଷ୍ଟ ୫ ତାରିଖ ଦିନ ଏହାର ଉଚ୍ଛେଦ କରାଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କ ଅଖଣ୍ଡ ଭାରତ ସ୍ୱପ୍ନ ପ୍ରକଳ୍ପ ଚରିତାର୍ଥ କରାଯାଇଛି।

ଭାରତର ପ୍ରଥମ ଗୃହମନ୍ତ୍ରୀଙ୍କ ୧୪୪ତମ ଜୟନ୍ତୀ ଅବସରରେ ଜାତୀୟ ଏକତା ଦିବସରେ ଗୁଜରାଟର କେଓ୍ଵାଡ଼ିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏ କଥା କହିଛନ୍ତି।

ସେ କହିଛନ୍ତି: ପୁନର୍ଗଠିତ ଜମ୍ମୁ ଓ କଶ୍ମୀରରେ ରାଜନୈତିକ ସ୍ଥିରତାର ନୂତନ ଯୁଗ ଏବଂ ବିକାଶର ଉଦୟ ହୋଇଛି। ସ୍ୱାଧୀନତା ପରେ ପ୍ରଥମ ଥର ଲାଗି ସେଠାରେ ବ୍ଲକ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କାଉନ୍‌ସିଲ୍‌ ନିର୍ବାଚନ ଅନୁଷ୍ଠିତ ହୋଇଛି।

Image Source: Dailyhunt

ସେ ଆହୁରି କହିଛନ୍ତି: ନୂତନ ରାଜପଥ, ରେଳପଥ, ନୂଆ ଡାକ୍ତରଖାନା, ନୂଆ କଲେଜ ଜମ୍ମୁ ଓ କଶ୍ମୀର ଏବଂ ଲଦାଖବାସୀଙ୍କୁ ନୂତନ ଶିଖରରେ ପହଞ୍ଚାଇବ।

ଧାରା ୩୭୦ ଥିବା ସମୟରେ ତିନି ଦଶନ୍ଧି ମଧ୍ୟରେ ଆତଙ୍କବାଦ ଯୋଗୁଁ ୪୦ ହଜାର ଲୋକେ ପ୍ରାଣ ହରାଇଛନ୍ତି। ଦେଶ ଆଉ କେତେ ଦିନ ଏତେ ନିରୀହ ଲୋକଙ୍କ ମୃତ୍ୟୁ ଦେଖିବ? ପ୍ରାଚୀର ଭାଙ୍ଗି ଦିଆଯାଇଛି, ଆଉ ସର୍ଦାର ପଟେଲ୍‌ଙ୍କ ସ୍ୱପ୍ନ ସାକାର ହୋଇଛି।

By amfnews

Related Post