Sun. Mar 8th, 2026

ଜମ୍ମୁ ଓ କଶ୍ମୀର: ପୁଲ୍‌ଓ୍ଵାମା ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ, ଅନ୍ୟମାନଙ୍କୁ ଖୋଜା ଚାଲିଛି

172 Views

ଶ୍ରୀନଗର : ବୁଧବାର ଦିନ ଜମ୍ମୁ ଓ କଶ୍ମୀରର ତ୍ରାଲ୍‌ ଜଙ୍ଗଲ ଅଞ୍ଚଳରେ ନିରାପତ୍ତା ବଳ ଘେରି ରହିଥିବା ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀ ଏନ୍‌କାଉଣ୍ଟର୍‌ରେ ପ୍ରାଣ ହରାଇଛି।

ଜମ୍ମୁ ଓ କଶ୍ମୀରର ଆର୍ମି ସ୍ପେସାଲ୍‌ ଅପରେସନ୍‌ ଗ୍ରୁପ୍‌, କଶ୍ମୀର ପୁଲିସ ଏବଂ ସିଆର୍‌ପିଏଫ୍‌ ମିଳିତ ଭାବେ ପ୍ରତ୍ୟୁଷରୁ କର୍ଡନ୍‌ ଆଣ୍ଡ୍‌ ସର୍ଚ ଅପରେସନ୍‌ ଚଳାଉଥିବା ବେଳେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ କରିଥିଲେ। ତ୍ରାଲ୍‌ର ନାଗବଳ ଜଙ୍ଗଲ ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି।

ରାଜ୍ୟରେ ନିରାପତ୍ତା ପରିସ୍ଥିତିର ସମୀକ୍ଷା ପାଇଁ ଆଜି ଗୃହମନ୍ତ୍ରୀ ଅମିତ ଶାହା ଶ୍ରୀନଗର ଠାରେ ପହଞ୍ଚୁଥିବାର କେତେ ଘଣ୍ଟା ପୂର୍ବରୁ ଏନ୍‌କାଉଣ୍ଟ୍‌ର ଅରମ୍ଭ ହୋଇଛି। ଟ୍ରାଲ୍‌ ଜଙ୍ଗଲ ଅଞ୍ଚଳରେ ମିଳିତ ନିରାପତ୍ତା ବଳ ଦୁଇ ତିନି ଜଣ ଆତଙ୍କବାଦୀଙ୍କ ଉପସ୍ଥିତ ଦେଖିବା ପରେ ଆରମ୍ଭ ହୋଇଥିବା ଗୁଳି ବିନିମୟ ଅଦ୍ୟବଧି ଚାଲିଛି। ଆତଙ୍କବାଦୀମାନେ ଯେମିତି ଘଟଣାସ୍ଥଳରୁ ଖସି ନ ଯାଆନ୍ତି ସେଥିପାଇଁ ନିରାପତ୍ତା ବଳ ସମ୍ପୃକ୍ତ ଅଞ୍ଚଳକୁ ଘେରି ରହିଛନ୍ତି।

By amfnews

Related Post