Fri. Mar 6th, 2026

ଜମ୍ମୁ ଓ କଶ୍ମୀର: କଠୁଆରେ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳିମାରି ଖସାଇଦେଲା ବିଏସ୍‌ଏଫ୍, ଅସ୍ତ୍ରଶସ୍ତ୍ର ଓ ଗ୍ରେନେଡ୍ ଉଦ୍ଧାର

270 Views

ଶ୍ରୀନଗର: ଶନିବାର ଦିନ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍) ଜମ୍ମୁ ଓ କଶ୍ମୀରର କଠୁଆ ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ଠାରେ ଗୋଟାଏ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳି ମାରି ଖସାଇ ଦେଇଛନ୍ତି। ଫଳରେ ସୀମା ଏପାଖରେ ଡ୍ରୋନ୍‌ ଦ୍ବାରା ଅସ୍ତ୍ରଶସ୍ତ୍ର ପକାଇବା ନିମନ୍ତେ ପାକିସ୍ତାନୀ ଏଜେନ୍‌ସିଙ୍କ ଉଦ୍ୟମ ଭଣ୍ଡୁର ହୋଇଯାଇଛି।

ସୂଚନା ଅନୁସାରେ, କଠୁଆ ଜିଲ୍ଲାର ହୀରାନଗର ତାଲୁକ ଅନ୍ତର୍ଗତ ରାଠୁଆ ଗାଁରେ ଥିବା ଫର୍‌ୱାର୍ଡ ପୋଷ୍ଟ୍‌ରେ ଏହି ଡ୍ରୋନ୍‌ଟିକୁ ଗୁଳି ମାରି ଖସାଯାଇଛି।

Image Courtesy of Zee News

ହୀରାନଗର ସେକ୍ଟର୍‌ର ରାଠୁଆ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନ୍‌ଟିଏ ଉଡୁଥିବା କଥା ବିଏସ୍‌ଏଫ୍‌ର ୧୯ ବାଟାଲିୟାନ୍ ଦେଖି ଆଠ ରାଉଣ୍ଡ୍‌ ଗୁଳି ଚଳାଇଥିଲେ। ସେଥିରୁ ବିଏସ୍‌ଏଫ୍ ଟିମ୍ ଗୋଟିଏ ଆମେରିକା ନିର୍ମିତ ଏମ୍-୪ ରାଇଫଲ୍, ଦୁଇଟି ମାଗାଜିନ୍, ୬୦ ରାଉଣ୍ଡ୍‌ ଗୁଳି ଏବଂ ୭ଟି ଗ୍ରେନେଡ୍ ଉଦ୍ଧାର କରିଛନ୍ତି।

ବିଏସ୍‌ଏଫ୍‌ର ପାନସର ବର୍ଡର ଆଉଟ୍‌ପୋଷ୍ଟ୍ ପାଖରେ ଆଜି ଭୋର୍ ପ୍ରାୟ ୫: ୧୦ରେ ‌ଏହି ପାକିସ୍ତାନୀ ଗୁପ୍ତଚର ଡ୍ରୋନ୍‌ଟି ଉଡ଼ିବାର ଦେଖାଯାଇଥିଲା। ଡ୍ରୋନ୍‌କୁ ଟ୍ରାକ୍ କରାଯିବା ପରେ ସବ୍-ଇନ୍‌ସ୍ପେକ୍ଟର୍ ଦେବେନ୍ଦର ସିଂହ ୮ ରାଉଣ୍ଡ୍ ୯ ମିଲିମିଟର୍ ବେ‌ରିଟା ଚଳାଇ ତାହାକୁ ଖସାଇ ପକାଇଥିଲେ।

By amfnews

Related Post