Sat. Mar 7th, 2026

ଜମ୍ମୁ ଅଞ୍ଚଳର ଆର୍ମି କ୍ୟାମ୍ପ୍‌ ବାହାରେ ଦୁଇ ସନ୍ଦିଗ୍ଧ ଗୁପ୍ତଚର ଗିରଫ

211 Views

ଜମ୍ମୁ: ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଛି। ଗୋଟାଏ ଆର୍ମି କ୍ୟାମ୍ପ୍‌ ବାହାରେ ସେମାନେ ଭିଡିଓ ସୁଟିଙ୍ଗ୍‌ କରିବା ସହ ଫଟୋ ଉତ୍ତୋଳ କରୁଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି।

ଦୁଇ ସନ୍ଦିଗ୍ଧ ଗୁପ୍ତଚରଙ୍କୁ ପୁଲିସକୁ ହସ୍ତାନ୍ତର କାଯାଇଛି ଓ ସେମାନେ ତାଙ୍କୁ ଏକ ମିଳିତ ପଚରାଉଚୁରା କେନ୍ଦ୍ରରେ ପଚରା ଉଚୁରା କରୁଛନ୍ତି।
ଦୁହେଁ ସନ୍ଦେହଜନକ ଭାବେ ପାରାମଣ୍ଡଳ ମୋର୍‌ହ ପାଖ ରତ୍ନଚକ୍‌ ମିଲିଟାରି ଷ୍ଟେସନ୍‌ ପାଖରେ ବୁଲୁଥିବା ଦେଖି ଆର୍ମି ପାଟ୍ରୋଲ୍‌ ତାଙ୍କ ଉପରେ ନଜର ରଖିଥିଲା। ସେମାନଙ୍କ ମଧ୍ୟରୁ ଜଣକ ଘର କଠୁଆ ଏବଂ ଅନ୍ୟ ଜଣକ ଘର ଦୋଦାରେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ସେମାନେ ମିଲିଟାରି ଷ୍ଟେସନ୍‌ର ଭିଡିଓ ଚିତ୍ର ଉତ୍ତୋଳନ କରୁଥିବା ବେଳେ ଧରାପଡ଼ି ପଚରାଉଚୁରା ପାଇଁ ହାଜତକୁ ଯାଇଛନ୍ତି।ସେମାନଙ୍କ ମୋବାଇଲ୍‌ ଫୋନ୍‌ ସ୍କାନ୍‌ କରାଯିବା ପରେ ଜଣାପଡ଼ିଲା ଯେ ଦୁହେଁ ପାକିସ୍ତାନର କେତେକ ଲୋକଙ୍କ ସହ ବରାବର ଯୋଗସୂତ୍ର ରଖିଛନ୍ତି। ଗିରଫ ହେବାରୁ କିଛି ଘଣ୍ଟା ପୂର୍ବରୁ ମଧ୍ୟ ସେମାନେ ସମ୍ପୃକ୍ତ ପାକିସ୍ତାନୀଙ୍କ ନିକଟକୁ କେତେକ ଭିଡିଓ ପଠାଇଛନ୍ତି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

By amfnews

Related Post