Sat. Mar 7th, 2026

ଜମିକୁ ଯାଇଥିଲେ, ମାଡ଼ି ବସିଲା ଭାଲୁ

247 Views

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ୍‌ର ଡୁଙ୍ଗରିଗୁଡ଼ା ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଶଶି ଅଗରୀୟା(୪୫)।

ଆଜି ସକାଳେ ଶଶି ନିଜ ଚାଷ ଜମିକୁ ଯାଇଥିଲେ। ହଠାତ୍ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା।  ତାଙ୍କ ହାତ ସହ ଶରୀର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି। ତାଙ୍କୁ ଗାଁ ଲୋକଙ୍କ ସହିତ ପରିବାରର ସଦସ୍ୟମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

By amfnews

Related Post