291 Views
ମୁମ୍ବାଇ, ଡିସେମ୍ବର ୧୫ : ଚଳଚ୍ଚିତ୍ର ‘ଲଭ୍ୟାତ୍ରୀ’ ରିଲିଜ୍ ହେବା ପରେ ଅଭିନେତା ତଥା ସଲମାନ ଖାନ୍ଙ୍କ ଭିଣୋଇ ଆୟୁଷ ଶର୍ମା ଚର୍ଚ୍ଚାର ପରିସରକୁ ଆସିଥିଲେ । ଫିଲ୍ମଟି ବକ୍ସ ଅଫିସରେ ସଫଳ ହୋଇ ନଥିଲେ ମଧ୍ୟ ଆୟୁଷଙ୍କ ନୃତ୍ୟ ଶୈଳୀ ଏବଂ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । କିଛି ଦିନ ତଳେ ସଲମାନ ପୁଣି ଥରେ ଭିଣୋଇଙ୍କୁ ନେଇ ଦ୍ୱିତୀୟ ଫିଲ୍ମ ତିଆରି କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏ ସବୁ ମଧ୍ୟରେ ଆଉ ଏକ କଥା ଦେଖିବାକୁ ମିଳିଛି। ଆୟୁଷ ନିଜର ଟୁଇଟର ଆକାଉଣ୍ଟକୁ ହଟାଇଥିବା କଥା ସାମ୍ନାକୁ ଆସିଛି । ହଟାଇବା ପୂର୍ବରୁ ସେ ଶେଷଥର ପାଇଁ ଏକ ଟୁଇଟ୍ କରିଛନ୍ତି, ଯାହା ଏବେ ଆଲୋଚନାର ବିଷୟ ସାଜିଛି।