Sat. Mar 7th, 2026

ଜଙ୍ଗଲରୁ ୧୧୦ ଟା ସ୍ପାଇକ ଜବତ କଲା ପୁଲିସ। ୧୪ ସ୍ପାଇକ ବୋର୍ଡ ମଧ୍ୟ ଜବତ।

187 Views

ଅପରେସନ ବେଳେ ସତର୍କ ରହିବାକୁ ନିର୍ଦ୍ଦେଶ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଦୋରନାପାଲ ଜଙ୍ଗଲରୁ ୧୧୦ ଟା ସ୍ପାଇକ ପୁଲିସ ଜବତ କରିଛି। ମାଓବାଦୀ ମାନେ ସୁରକ୍ଷାକର୍ମୀଙ୍କୁ ଗୁରୁତର କ୍ଷତି ପହଁଞ୍ଚାଇବା ଉଦ୍ଦେଶ୍ୟ ନେଇ ବାରମ୍ବାର ଚିନ୍ତଲନାର ଅଞ୍ଚଳରେ ଲ୍ୟାଣ୍ଡମାଇନ ଓ ସ୍ପାଇକ ହୋଲ ଖଞ୍ଜୁଛନ୍ତି।ବିଗତ କିଛି ହେବ ଯବାନଙ୍କୁ ଆହତ କରିବା ପାଇଁ ମାଓବାଦୀ ମାନେ ଆଇଇଡି ଏବଂ ସ୍ପାଇକ ହୋଲ ସଂସ୍ପର୍ଶରେ ଆସି ଅନେକ ଗ୍ରାମବାସୀ ଆହତ ହୋଇଥିବା ବେଳେ କେତେକଙ୍କ ମୃତ୍ୟୁ ହୋଇଥିଲା।
ଯାହା ଫଳରେ ମାଓବାଦୀ ଗଡ କୁହାଯାଉଥିବା  ନରସାପୁରମ ଅଞ୍ଚଳରେ ସ୍ଥାନୀୟ ସିଆରପିଏଫ ବାହିନୀ ପକ୍ଷରୁ ଲଗାତାର ସର୍ଚ୍ଚ ଅପରେସନ କରାଯାଉଛି। ଯଦ୍ୱାରା ସୁରକ୍ଷାକର୍ମୀ ମାନେ ନରସାପୁରମ ଗ୍ରାମ ନିକଟରୁ ୧୧୦ ଟା ସ୍ପାଇକ ତଥା ୧୪ ଟା ସ୍ପାଇକ ବୋର୍ଡ ଜବତ କରିଛନ୍ତି।
ମିଳିଥିବା ସୂଚନାନୁସାରେ ସିଆରପିଏଫ ୨୨୩ ବାଟାଲିୟନ ର କମାଣ୍ଡାଣ୍ଟ ଏସ ଏନ ମଣ୍ଡଲଙ୍କ ଉଦ୍ୟମରେ ସମ୍ପୂର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା।ଏହି ସର୍ଚ୍ଚ ଅପରେସନ ବେଳେ ନରସାପୁରମ ଗାଁ  ନିକଟରେ ମାଓବାଦୀ ମାନେ ଖଞ୍ଜିଥିବା ୧୧୦ ଟି ସ୍ପାଇକ ଏବଂ ୧୪ ଟି ସ୍ପାଇକ ବୋର୍ଡ ଠାବ କରାଯାଇଛି।ଯବାନ ମାନଙ୍କୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଦ୍ୱିତୀୟ କମାନ ଅଧିକାରୀ ସୌରଭ ଭଟନାଗର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ କି ଗତ କିଛି ଦିନ ପୂର୍ବରୁ ନରସାପୁରମ ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା।ତେବେ ଏହି ବିସ୍ଫୋରଣରେ କୌଣସି ପ୍ରକାରର କ୍ଷତି ହୋଇ ନଥିଲା।ଯାହା ଜଣାପଡୁଛି କି ସମ୍ପୂର୍ଣ୍ଣ ଅଞ୍ଚଳରେ ମାଓବାଦୀ ମାନେ ଅନେକ ସ୍ଥାନରେ ଭୂମିଗତ ଲ୍ୟାଣ୍ଡମାଇନ ଓ ସ୍ପାଇକ ଖଞ୍ଜିଛନ୍ତି।ଏହାକୁ ଦୃଷ୍ଟିରେ ରଖି ଯବାନଙ୍କୁ ସତର୍କତା ଅବଲମ୍ବନ କରି ସର୍ଚ୍ଚ ଅପରେସନ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୁକୁମା ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ମାଓବାଦୀ ମାନଙ୍କ ଦ୍ୱାରା ଆଇଇଡି ଏବଂ ସ୍ପାଇକ ହୋଲ ଖଞ୍ଜାଯାଇଥିବା ପୁଲିସ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସେହିପରି ଗ୍ରାମବାସୀଙ୍କ ଦ୍ୱାରା ମଧ୍ୟ ପୁଲିସକୁ କ୍ଷତି କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ପୁଲିସକୁ ସୂଚନା ଦିଆଯାଇଛି।ତେବେ ପୁଲିସ ଯବାନ ମାନଙ୍କୁ ଉକ୍ତ ଅଞ୍ଚଳରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

By amfnews

Related Post