Sat. Mar 7th, 2026

ଜଙ୍ଗଲ ଭିତରେ ଗଞ୍ଜେଇ ମାଫିଅାକୁ ଏନ୍‌କାଉଣ୍ଟର

153 Views

ଗଞ୍ଜାମ, ନଭେମ୍ବର,୫: ଜଙ୍ଗଲ ଭିତରେ ଗଞ୍ଜେଇ ମାଫିଅାକୁ ଏନ୍‌କାଉଣ୍ଟର। ଏନ୍‌କାଉଣ୍ଟରରେ ଗଞ୍ଜେଇ ମାଫିଆ ମୁନା ଦିଗାଲ ଆହତ ହୋଇଛି। ମୁନାର ଡାହାଣ ଆଣ୍ଠୁରେ ଗୁଳି ବାଜିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।ମୁନାକୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଫୁଲବାଣୀର ବ୍ରାହ୍ମଣୀ ଜଙ୍ଗଲରେ ଗଞ୍ଜେଇ ମାଫିଆ ମୁନା ଥିବା ନେଇ ପୁଲିସ୍ ଖବର ପାଇଥିଲା।

ଫଳରେ ତାକୁ ଧରିବା ପାଇଁ ପୁଲିସ୍ ସେଠାକୁ ଯାଇଥିବା ବେଳେ ପୁଲିସ୍‌ ଉପରକୁ ସେ ଗୁଳି ଚଳାଇଥିଲା। ପୁଲିସ୍ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା।ତା’ଠାରୁ ଗୋଟିଏ ଦେଶୀ ପିସ୍ତଲ ଓ ଗୋଟିଏ ବାଇକ୍ ଜବତ କରାଯାଇଛି।ଗୋଛାପଡ଼ା ଥାନା ଓଆଇସିଙ୍କୁ ମରଣାନ୍ତକ ଆକ୍ରମଣ କରି ମୁନା ଫେରାର ହୋଇଯାଇଥିଲା। ତା’ପରେ ପୁଲିସ୍‌ ତାକୁ ଧରିବା ପାଇଁ ଚେଷ୍ଟା ଚଳାଇଥିଲା।ଗଞ୍ଜେଇ ମାଫିଆ ମୁନା ନାଁରେ ବିଭିନ୍ନ ସ୍ଥାନରେ ୧୧ରୁ ଅଧିକ ମାମଲା ରହିଥିବା ସୂଚନା ମିଳିଛି। ତା’ସହିତ ତା ନାଁରେ ଜାମିନ ବିହୀନ ଗିରଫ ପରଓ୍ୱାନା ଥିବା ଜଣାପଡ଼ିଛି।

By amfnews

Related Post