Tue. Dec 24th, 2024

ଜଗା-କାଳିଆଙ୍କ ଅସ୍ତ୍ରୋପଚାରକୁ ପୂରିଲା ବର୍ଷେ, ସୁସ୍ଥ ଅଛି ଜଗା, କାଳିଆର ଚାଲିଛି ଫିଜିଓ ଥେରାପି

By amfnews Oct 25, 2018 #Featured
164 Views

ନୂଆଦିଲ୍ଲୀ, ଅକ୍ଟୋବର ୨୫ : ସାରା ବିଶ୍ୱରେ ଚହଳ ପକାଇଥିବା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ବିରଳ ଅସ୍ତ୍ରୋପଚାରକୁ ଏକବର୍ଷ ପୂରଣ ହୋଇଛି । ଆଜିର ଦିନରେ ପ୍ରଥମ ଥର ପାଇଁ ଏକ ଯୋଡ଼ା ମୁଣ୍ଡ ଶିଶୁକୁ ସଫଳ ଭାବେ ଅଲଗା କରାଯାଇ ପାରିଥିଲା । ଡାକ୍ତରୀ ବିଜ୍ଞାନରେ ଏହା ଏକ ବିରଳ ଉଦାହରଣ ସୃଷ୍ଟି କରିଛି ।

୨୦୧୭  ଅକ୍ଟୋବର ୨୫ରେ ନୂଆଦିଲ୍ଲୀ ଏମ୍ସରେ ପ୍ରାୟ ୪୦ ଜଣ ଡାକ୍ତରୀ ଦଳ ଦୀର୍ଘ ୨୦ ଘଂଟା ଧରି ଅପରେସନ କରିଥିଲେ । ଏହା ପରେ ଯୋଡାମୁଣ୍ଡକୁ ଅଲଗା କରିବାରେ ସକ୍ଷମ ହୋଇଥିଲେ । ବର୍ତମାନର ଅବସରପ୍ରାପ୍ତ ନ୍ୟୁରୋସର୍ଜନ ଡାକ୍ତର ଅଶୋକ ମହାପାତ୍ରଙ୍କ ତତ୍ୱାବଧାନରେ ଏହି ଅପରେସନ ହୋଇଥିଲା । ଏହା ପୂର୍ବରୁ ସେପ୍ଟେମ୍ବର ୨୬ ତାରିଖରେ ଜଗା-କାଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ କରାଯାଇଥିଲା । ପ୍ରାୟ ୨୮ ଘଣ୍ଟା ଧରି କରାଯାଇଥିବା ଏହି ଅପରେସନ‌ ଅରେ ୪୦ ଜଣ ଡାକ୍ତର ସାମିଲ ହୋଇଥିଲେ ।

ବର୍ତମାନ ଜଗା ୮୦ ପ୍ରତିଶତ ସୁସ୍ଥ ରହିଥିବାବେଳେ କାଳିଆ ଧିରେ ଧିରେ ସୁସ୍ଥ ହେଉଛି । କାଳିଆର ଫିଜିଓ ଥେରାପି ଚାଲିଛି । ତେବେ ଏକବର୍ଷ ମଧ୍ୟରେ ଜଗା କାଳିଆଙ୍କର ଆଠ ଥର ଚର୍ମରୋପଣ କରାଯାଇଥିବାବେଳେ ଆଗକୁ ଦୁହିଁଙ୍କର ପ୍ଲାଷ୍ଟିକ ସର୍ଜରୀ କରାଯିବା ନେଇ ଏମ୍ସ ଡାକ୍ତରୀ ଦଳ ସୂଚନା ଦେଇଛନ୍ତି । ଜଗାକୁ ଏକ ସ୍ୱତନ୍ତ୍ର ହେଲ୍‌ମେଟ୍‌ ଦିଆଯାଇଛି । ତା’ର ମାନସିକ ସ୍ତରରେ ସୁସ୍ଥ କରିବାକୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବୁଲାଇବାକୁ ନିଆଯାଉଛି । ବର୍ତମାନ ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଜଗା କାଳିଆଙ୍କୁ ଡିସଚାର୍ଜ କରିବାକୁ ନିଷ୍ପତି ହୋଇ ସାରିଥିବାବେଳେ ରାଜ୍ୟ ସରକାର ସେମାନେ ସଂପୂର୍ଣ୍ଣ ସୁସ୍ଥ ହେଲେ ଡିସଚାର୍ଜ କରିବାକୁ ଏମ୍ସକୁ ନିବେଦନ କରିଛନ୍ତି ।

By amfnews

Related Post