Wed. Dec 25th, 2024

ଜଗଦା ଡକାୟତି ଘଟଣାର ପର୍ଦ୍ଦାଫାସ, ୩ ଗିରଫ

rklsanchar@gmail.com' By J.N. Pradhan Jul 17, 2018 #Featured
283 Views

ରାଉରକେଲା  : ଜଗଦାରେ ନିକଟରେ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାସ୍ ହୋଇଛି । ଝିରପାଣି ଥାନାରେ ଏ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଏସ୍ପି ଦେବୀପ୍ରସାଦ ଦାଶ ସୂଚନା ଦେଇଛନ୍ତି । ଡକାୟତମାନେ ଲୁଟ୍ କରିଥିବା ସମାଗ୍ରୀ ସହ ଗୋଟିଏ ଦେଶୀ ପିସ୍ତଲ, ୪ଟି ଜୀବନ୍ତ ଗୁଳି, ମାସ୍କ, ୨ଟି ଭୁଜାଲି ଓ ଗୋଟିଏ ସ୍କୁଟି, ହୀରା ମୁଦି ଓ କାନଫୁଲ, ୨ ହଳ ସୁନା କାନଫୁଳ, ୨ଟି କଙ୍କଣ, ୨ଟି ମୁଦି, ୨ଟି ମଙ୍ଗଳସୂତ୍ର, ଲକେଟ ୨ଟି, ରୁପା ଗହଣା, ହାତଘଡ଼ି ୪ଟି, ୨ଟି ମୋବାଇଲ୍, ୩ ହଜାର ୦୫୦ ଟଙ୍କା ଜବତ କରାଯାଇଛି ।

ଏଥିସହ ଡକାୟତିର ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣେ ନାବାଳକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ ହସ୍ତାନ୍ତର କରାଯାଇଛି । ଅଭିଯୁକ୍ତମାନେ ପୂର୍ବରୁ ଏହି ଘରେ ମାର୍ବଲ ଟାଇଲ ମିସ୍ତ୍ରୀ ଭାବେ କାମ କରିଥିଲେ । ତେଣୁ ସେମାନେ ଯୋଜନାବଦ୍ଧ ଭାବେ ୨ଟି ସ୍କୁଟିରେ ପ୍ରାୟ ୬ ଜଣ ଆସିଥିଲେ । ଉପର ମହଲାକୁ ୩ ଜଣ ଯାଇଥିବା ବେଳେ ୩ ଜଣ ତଳ ମହଲାରେ ଳୁଟ୍ କରିବାକୁ ପଶିଥିଲେ । ସେମାନେ ଗଲାବେଳକୁ ୨ଟି କଟୁରି ଓ ୧ଟି ଆଧାରକାର୍ଡ଼ ଜେରକ୍ସ କପି ଭୁଲବଶତଃ ଛାଡ଼ି ଚାଲିଯାଇଥିଲେ ।

ଏହାକୁ ପୁଲିସ ଆଧାର କରି ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରେ ଉକ୍ତ ଆଧାରକାର୍ଡ଼ ଜଣେ ମହିଳାଙ୍କ ଥିଲା । ତେବେ ଏମାନେ ସମସ୍ତେ ବିହାର ତଥା ଲାଠିକଟାରେ ବସବାସ କରୁଥିଲେ । ଏମାନେ ହେଲେ ଲାଠିକଟା ନୂଆଗାଁର ସରଫରାଜ ଅନସାରୀ (୨୧), ମନୱର ଅନସାରୀ (୧୯) ମାଲଗୋଦାମର ଧିରଜ ସାହୁ (୧୯) । ଥାନାଅଧିକାରୀ ଦୀପ୍ତିରଞ୍ଜନ ସାହୁ ଓ ଅନ୍ୟ ଅଧିକାରୀମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଏହି ଘଟଣାରେ ପୂର୍ବତନ ରାଜସ୍ୱ ନିରୀକ୍ଷକ ନୃସିଙ୍ଗ ତ୍ରିପାଠୀଙ୍କ ଉପରମହଲାରେ ରହୁଥିବା ବଡ଼ପୁଅ ସୁଦୀପ୍ତ ତ୍ରିପାଠୀ ଝିରପାଣି ଥାନାରେ ଏତଲା ଦେଇଥିଲେ । ତାଙ୍କ ଏତଲା ଆଧାରରେ ପୁଲିସ ତଦନ୍ତ କରୁଥିଲା । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି କୁହାଯାଇଛି ।

Related Post