Sun. Mar 8th, 2026

ଛେଳି ଚରାଇବାକୁ ଯାଇ ନିଖୋଜ ଥିଲେ; ଆଜି ମିଳିଲା ମୃତଦେହ

172 Views

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଡମୋଳ ଗାଁ ନିକଟ ଜଙ୍ଗଲରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବୁଧେଇ ବେହେରା। ସେ ଡମୋଳ ଗାଁରେ ବୋଲି ଜଣାପଡ଼ିଛି।

ଗତକାଲି ବୁଧେଇ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇ ଆଉ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ,  ହେଲେ ପାଇ ନଥିଲେ। ଆଜି ତାଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ବୁଧେଇଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଖବର ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

By amfnews

Related Post