ରାଉରକେଲା, ୫ା୯ : ଛେଣ୍ଡ ୱେସ୍କୋ କାର୍ଯ୍ୟାଳୟରେ କାର୍ଯ୍ୟରତ ଗଞ୍ଜୁ ମୁଣ୍ଡା ଓ ଅଶୋକ କୁମାର ନାୟକ ନିକଟରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଉଭୟଙ୍କ ସମ୍ମାନାର୍ଥେ ଆଜି କାର୍ଯ୍ୟାଳୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ମୁଣ୍ଡା ଓ ଶ୍ରୀ ନାୟକ ତାଙ୍କ ଚାକିରୀ କାଳ ମଧ୍ୟରେ ବେଶ୍ କର୍ତ୍ତବ୍ୟନିଷ୍ଠତା ପାଇଁ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ଶୃଙ୍ଖଳିତ ଭାବେ ସମସ୍ତ କାର୍ଯ୍ୟ ନିର୍ବାହ କରିବା ସହ ଜଣେ ଦାୟିତ୍ୱବାନ କର୍ମଚାରୀ ଭାବେ ସେ ଅବସର ଗ୍ରହଣ କରିଥିବାରୁ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉଭୟଙ୍କ ସମ୍ମାନାର୍ଥେ ଆୟୋଜିତ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଅତ୍ୟନ୍ତ ଭାବବିହ୍ୱଳ ପରିବେଶରେ ଉଭୟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ।
ଏହି ଅବସରରେ ଶ୍ରୀ ମୁଣ୍ଡା ଓ ଶ୍ରୀ ନାୟକ ପ୍ରମୁଖ ଅତ୍ୟନ୍ତ ଦାୟିତ୍ୱବାନ ତଥା କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଥିଲେ ବୋଲି ଛେଣ୍ଡ ୱେସ୍କୋ ସହକାରୀ ଯନ୍ତ୍ରୀ ରଜତ କୁମାର ମହାନ୍ତି ମତବ୍ୟକ୍ତ କରିଛନ୍ତି । ଏଥିସହ ଶ୍ରୀ ମୁଣ୍ଡାଙ୍କ ଦୀର୍ଘ ନିରାମୟ ଜୀବନଯାପନ ପାଇଁ ଈଶ୍ୱରଙ୍କ ନିକଟରେ କାମନା କରିଛନ୍ତି । ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବେର ଗଞ୍ଜୁ ମୁଣ୍ଡା, ଅଶୋକ କୁମାର ନାୟକ, ସଭାପତି ରଜତ କୁମାର ମହାନ୍ତି, ରଜନୀକାନ୍ତ ଆଚାର୍ଯ୍ୟ, ଗଦାଧର ଦାସ, ମନୋଜ କୁମାର ମହାନ୍ତି, ଦୁଷ୍ମନ୍ତ ବାରିକ ଏବଂ କଳିଙ୍ଗ ବିହାର ଜେଇ ଶ୍ରୀ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପନ୍ନ କରିବାରେ ସକ୍ରିୟ ସହଯୋଗ କରିଥିଲେ ।