Sat. Mar 7th, 2026

ଛିଡ଼ା ହୋଇଥିଲା ଗାଡ଼ି, ପଛରେ ପିଟି ହେଲା ବୋଲେରୋ

170 Views

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଏନଏଚ-୨୦ କୋଳିମାଟି ଛକ ନିକଟରେ ଗୋଟିଏ ଅଜଣା ଗାଡ଼ି ପଛରେ ପିଟି ହୋଇଛି ବୋଲେରୋ। ଏହି ଦୁର୍ଘଟଣାରେଘଟଣାସ୍ଥଳରେ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତ ଡ୍ରାଇଭର ଜଣକ ଯୋଡ଼ାର ଟୁଟୁ ପାତ୍ର ବୋଲି ଜଣାପଡିଛି।

ଭୁବନେଶ୍ୱରରେ ନିଜ ମା’ଙ୍କ ଅପରେସନ ଥିବାରୁ ଯୋଡ଼ା ଅଞ୍ଚଳରୁ ଦେବାଶିଷ ମହାକୁଡ଼ ବୋଲେରୋ ଭଡା କରି ଆସୁଥିଲେ। ସାଙ୍ଗରେ ତାଙ୍କ ଭଣଜା ବିଜୟ ମହାକୁଡ଼ ଥିଲେ। ତେବେ କୋଳିମାଟି ନିକଟରେ ସାମ୍ନାରେ ଥିବା ଗୋଟିଏ ଗାଡିକୁ ବୋଲେରୋଟି ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସାମ୍ନାରେ ଥିବା ଗାଡିଟି ଫେରାର ହୋଇଯାଇଛି। ଖବରପାଇ ଘଟଣାସ୍ଥଳରେ ଘଷିପୁରା ପୁଲିସ୍‌ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଡ଼ାକ୍ତରଖାନା ଆଣିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

By amfnews

Related Post