Sun. Sep 29th, 2024

ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ପଠାଇବା ଘଟଣାରେ ପୀଡ଼ିତାଙ୍କୁ ଧମକ ଦେଇ ଦୁଇ ସାମ୍ବାଦିକ ଗିରଫ

By amfnews Apr 28, 2020 #Featured
90 Views

ଜଗତସିଂହପୁର ଟାଉନ୍:  ଛାତ୍ରୀଙ୍କୁ ଧମକ ଦେଇ ଦୁଇ ସାମ୍ବାଦିକ ଗିରଫ ହୋଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଞ୍ଚଳରେ। ବାଲିକୁଦା ଅଞ୍ଚଳର ଜଣେ ଛାତ୍ରୀ ଏବଂ ତାଙ୍କ ପରିବାରକୁ ଧମକ ଦେବା ଅଭିଯୋଗରେ ଏହି ଦୁଇ ସାମ୍ବାଦିକଙ୍କୁ ଗିରଫ କରିଛି ବାଲିକୁଦା ପୁଲିସ ।

ବିପିନ ସେଠୀ

ଗିରଫ ଦୁଇ ସାମ୍ବାଦିକ ହେଲେ ବାଲିକୁଦାର ବିପିନ ସେଠୀ ଏବଂ ପ୍ରଦୀପ୍ତ ମୁଦୁଲି ।

ପ୍ରଦୀପ୍ତ ମୁଦୁଲି

ମିଳିଥିବା ସୂଚନା ଅନୁଯାୟୀ, ଏହି ଛାତ୍ରୀଙ୍କୁ ବାଲିକୁଦା ତହସିଲ ଛକରେ ଥିବା ଏକ କମ୍ପ୍ୟୁଟର ସେଣ୍ଟରର ଶିକ୍ଷକ ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ।

ସାଗର ମହାପାତ୍ର

ଛାତ୍ରୀଜଣଙ୍କ ବାଲିକୁଦା ଥାନାରେ ଏତଲା ଦେବା ପରେ ପୁଲିସ ଶିକ୍ଷକ ସାଗର ମହାପାତ୍ରଙ୍କୁ ଗିରଫ କରିଥିଲା । ଏହାପରେ ଦୁଇ ସାମ୍ବାଦିକ ଛାତ୍ରୀଙ୍କ ଘରକୁ ଯାଇ ୧୦ ହଜାର ଟଙ୍କା ଦାବି କରି ମାମଲା ଉଠାଇ ଦେବାକୁ କହିଥିଲେ । ଏପରିକି ତାଙ୍କ କଥା ନ ମାନିବାରୁ ଛାତ୍ରୀ ଏବଂ ତାଙ୍କ ପରିବାରକୁ ଧମକ ମଧ୍ୟ ଦେଇଥିଲେ । ତେବେ ଛାତ୍ରୀ ଜଣଙ୍କ ଦୁଇ ସାମ୍ବାଦିକଙ୍କ ନାଁରେ ବାଲିକୁଦା ଥାନାରେ ଏତଲା ଦେବା ପରେ ପୁଲିସ ୨ ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

ସୂଚନାଯୋଗ୍ୟ, ଛାତ୍ରୀଙ୍କ ପାଖକୁ ଅଶ୍ଳୀଳ ଭିଡ଼ିଓ ପଠାଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା  ଘଟଣାରେ କମ୍ପ୍ୟୁଟର ଶିକ୍ଷକ ସାଗର ମହାପାତ୍ରଙ୍କ ନାମରେ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବା ନେଇ ଏହି ଦୁଇ ଜଣ ମଧ୍ୟସ୍ଥି ସାଜିଥିଲେ । ଛାତ୍ରୀ ଓ ତାଙ୍କ ପରିବାରକୁ ଧମକ ଦେବା ସହ ମାମଲା ରଫା ନଫା ନ କଲେ ଭିଡ଼ିଓ ଓ ଫଟୋ ଭାଇରାଲ କରିବାକୁ କହି ମାନସିକ ଚାପ ପକାଉଥିଲେ ।

ବିପିନ ସେଠୀ ଜଗତସିଂହପୁରର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ଜଣେ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ଆସିଥିଲା । ଛାତ୍ରୀ ଓ ତାଙ୍କ ପରିବାର ଲୋକ ଲଜ୍ଜାକୁ ଡରି ଥାନାରେ କୌଣସି ମାମଲା କରି ନଥିଲେ । ହେଲେ ଉକ୍ତ ଘରୋଇ ବିଦ୍ୟାଳୟରୁ ତଡ଼ା ଖାଇଥିଲେ ସାମ୍ବାଦିକ ବିପିନ ସେଠୀ । ତେବେ ଏହି ଘଟଣାରେ ମୁଖ୍ୟ ମଧ୍ୟସ୍ଥି ସାଜିଥିଲେ ବିପିନ ଓ ସାଙ୍ଗରେ ଥିଲେ ପ୍ରଦୀପ୍ତ ମୁଦୁଲି ।

By amfnews

Related Post