Sat. Mar 7th, 2026

ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ପଠାଇ ଯୁବକ ଗିରଫ

File written by Adobe Photoshop¨ 5.2
290 Views

ଭୁବନେଶ୍ବର, : ହ୍ୱାଟସଆପରେ ଜଣେ ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଓ ମେସେଜ୍‌ ପଠାଇବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ‌ ହେଲେ, ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଶିବୁ ପ୍ରସାଦ ପଣ୍ଡା ଓରଫ ଅଭି(୨୩)। ପୁଲିସ ସୂଚନା ମୁତାବକ, କିଛି ଦିନ ତଳେ ଫାୟାର ଷ୍ଟେସନ୍‌ ନିକଟରେ ଥିବା ଏକ ଘରୋଇ ମେଡ଼ିକାଲ୍‌ କଲେଜ୍‌ର ଛାତ୍ରୀଙ୍କୁ ଶିବୁ ଫୋନ୍ କରିଥିଲା। ଶିବୁ ଏପଟସେପଟ କଥାବାର୍ତ୍ତା କରିବାରୁ ଛାତ୍ରୀଜଣଙ୍କ ରଙ୍ଗ ନମର୍‌ କହି କାଟି ଦେଇଥିଲେ। ସେବେଠାରୁ ଶିବୁ ଛାତ୍ରୀଙ୍କ ପଛରେ ପଡ଼ି ଯାଇଥିଲେ। ତାଙ୍କୁ ବିଭିନ୍ନ ସମୟରେ ଫୋନ୍‌ ଓ ମେସେଜ୍‌ କରିଥିଲେ। ଛାତ୍ରୀଜଣଙ୍କ ଯେତେ ବିରୋଧ କଲେ ସୁଧା ଶିବୁ କିଛି ଶୁଣି ନଥିଲେ। ବିଭିନ୍ନ ସମୟରେ ଛାତ୍ରୀଙ୍କ ହ୍ବାଟ୍ସ ଆପ୍‌ରେ ଅଶ୍ଳୀଳ ଭିଡିଓ ଓ ମେସେ‌ଜ୍‌ ପଠାଇଥିଲେ। ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଶନିବାର ବିଳମ୍ବିତ ରାତିରେ ପୁଲିସର ଏକ ଟିମ୍‌ ଭଦ୍ରକସ୍ଥିତ ଶିବୁ ଘରେ ପହଞ୍ଚି ତାକୁ ଗିରଫ କରିଥିଲା।

By amfnews

Related Post