Sun. Nov 24th, 2024

ଛାତ୍ରୀ ମୃତ୍ୟୁକୁ ନେଇ ବୁଗୁଡା କନ୍ୟାଶ୍ରମରେ ଉତ୍ତେଜନା

By amfnews Nov 27, 2018 #Featured
223 Views

ନୟାଗଡ, ନଭେମ୍ବର ୨୭ : ଦଶପଲ୍ଲା ବ୍ଲକ ବୁଗୁଡା କନ୍ୟାଶ୍ରମରେ ଛାତ୍ରୀ ମୃତ୍ୟୁକୁ ନେଇ ଉତେଜନା ପ୍ରକାଶ ପାଇଛି । ଷଷ୍ଠ ଶ୍ରେଣୀର ଛାତ୍ରୀ ସୁନୀତା ଜାନିର ମୃତ୍ୟୁକୁ ନେଇ ହଙ୍ଗାମା ହୋଇଛି । ଚିକିତ୍ସାରେ ଅବହେଳା ପାଇଁ ସେ ପ୍ରାଣ ହରାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । 

ସୁନୀତା ଦୀର୍ଘ ୮ ଦିନ ଧରି ଅସୁସ୍ଥ ରହିଥିଲା । ମାତ୍ର ଠିକ୍‌ ସମୟରେ ତାର ଚିକିତ୍ସା କରାଯାଇ ନ ଥିଲା । ଗତକାଲି ରାତିରେ ସେ ପ୍ରାଣ ହରାଇଛି । ଚିକିତ୍ସାରେ ବିଳମ୍ବ ଯୋଗୁଁ ସେ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସୁନୀତାର ମୃତଦେହକୁ ଆଶ୍ରମ ଗେଟ ସମ୍ମୁଖରେ ରଖି ପରିବାର ଲୋକେ ଧାରଣାରେ ବସି ରହିଛନ୍ତି । ଏହା ସହିତ କନ୍ୟାଶ୍ରମର କର୍ତୃପକ୍ଷଙ୍କ ନାଁରେ ଦଶପଲ୍ଲା ଥାନାରେ ଏତଲା ମଧ୍ୟ ଦିଆଯାଇଛି । ଏହି ଘଟଣାର ତଦନ୍ତ  ସହ କ୍ଷତିପୂରଣ ଦାବି କରିଛନ୍ତି ସଂମ୍ପର୍କୀୟ । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

By amfnews

Related Post