Sat. Mar 7th, 2026

‘ଛାତ୍ରଛାତ୍ରୀଙ୍କୁ ଫି’ ଡିପୋଜିଟ୍ କରିବାକୁ ବାଧ୍ୟ କରିପାରିବନି କଲେଜ’

191 Views

ନୂଆଦିଲ୍ଲୀ : ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, ଆର୍କିଟେକଚର ଡିପ୍ଲୋମା ଏବଂ ଡିଗ୍ରୀ କଲେଜ ଗୁଡ଼ିକ ଲକଡାଉନ୍ ବେଳେ କୋର୍ସ ଫି’ ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିପାରିବେନି। କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ (ଏଚଆରଡି)ର ନିର୍ଦ୍ଦେଶକ୍ରମେ ଅଲ୍ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ସମସ୍ତ ଡିଗ୍ରୀ ଏବଂ ଡିପ୍ଲୋମା କଲେଜକୁ ଏହି ନିର୍ଦ୍ଦେଶ ଦେଇଛି। ଏଥିସହ କଲେଜରେ ନିୟୋଜିତ ଥିବା ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଦରମା ନକାଟିବା ସହିତ ଛଟେଇ ନକରିବାକୁ ଏଆଇସିଟିଇ ନିର୍ଦ୍ଦେଶ ଦେଇଛି।

ଲକଡାଉନ ବେଳେ ଏଆଇସିଟିଇକୁ ନେଇ ଅନେକ ଗୁଜବ ଖବର ପ୍ରଚାର କରାଯାଉଛି। ସେ ସବୁକୁ ବିଶ୍ୱାସ ନକରିବାକୁ ଏଆଇସିଟିଇ ସଚିବ ପ୍ରୋଫେସର ରାଜୀବ କୁମାର କହିଛନ୍ତି। ତେବେ ପୂର୍ବଭଳି ପ୍ରଧାନମନ୍ତ୍ରୀ ସ୍ପେଶାଲ ସ୍କୋଲାରସିପ୍ ଯୋଜାନା ଚାଲୁ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଯେଉଁମାନେ ଲକଡାଉନ ପାଇଁ ଇନଟର୍ଣ୍ଣ କରିପାରି ନାହାନ୍ତି ସେମାନେ ଅନଲାଇନ୍ ଜରିଆରେ ଇନଟର୍ଣ୍ଣ କରିପାରିବେ ବୋଲି ରାଜୀବ କୁମାର କହିଛନ୍ତି।

By amfnews

Related Post