Mon. Jun 9th, 2025

ଛାତ୍ର ଗଳାରେ ଛୁରି ଚଲାଇଲା ସାଙ୍ଗ, ଅଳ୍ପକେ ବର୍ତ୍ତିଲେ ଛାତ୍ର, ହସ୍ପିଟାଲରେ ଭର୍ତ୍ତି

By amfnews Mar 29, 2019 #Featured
287 Views

ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ବଂଶଧାରା ହଷ୍ଟେଲ-୨ରେ ଘଟିଛି ଅଭାବନୀୟ ଘଟଣା। ରୁମ୍‌ ନମ୍ବର ୮୨ରେ ରହୁଥିବା ଲାଇବ୍ରେରୀ ସାଇନ୍‌ସ ଡିପ୍ଲୋମା ଛାତ୍ର ଶମ୍ଭୁନାଥ ସାହୁଙ୍କୁ ତାଙ୍କ ସାଙ୍ଗ ତଥା ଅଣଛାତ୍ର ଚନ୍ଦନ ଖଟୁଆ ଗଳାକାଟି ହତ୍ୟା ଉଦ୍ୟମ କରିଛି। ଶମ୍ଭୁଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସା କରାଯାଇଛି। ଏହି ଘଟଣା ବିଶ୍ବବିଦ୍ୟାଳୟରେ ଆଜି ଚର୍ଚ୍ଚାର ବିଷୟ ପାଲଟିଛି।

ଶମ୍ଭୁନାଥଙ୍କ ଘର ମଧ୍ୟ ଅସୁରାଳି ଗ୍ରାମ। ଗତ ରବିବାର ଦିନ ଚନ୍ଦନ କୌଣସି କାମରେ ଭଦ୍ରକରୁ ଆସି ତାଙ୍କ ହଷ୍ଟେଲ ରୁମ୍‌କୁ ଯାଇଥିଲା। ଦୁଇ ସାଙ୍ଗ ଖାଇ ସାରି ଶୋଇ ପଡ଼ିଥିଲେ। ତେବେ ସୋମବାର ଭୋରରେ ଚନ୍ଦନ ହଠାତ୍ ଏକ ଧାରୁଆ ଛୁରିରେ ଶମ୍ଭୁନାଥଙ୍କ ଗଳାକୁ କାଟିବା ସହ ଡାହାଣ ହାତକୁ ଆକ୍ରମଣ କରିଥିଲା। ଶମ୍ଭୁଙ୍କ ଚିତ୍କାର ଶୁଣି ଅନ୍ୟ ଅନ୍ତେବାସୀ ମାନେ ସେଠାରେ ପହଞ୍ଚିଥିବା ବେଳେ ଚନ୍ଦନ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲା।ଏହାପରେ, ଶମ୍ଭୁଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡିକାଲ ଆଣି ଚିକିତ୍ସା କରାଇଥିଲେ।

ଶମ୍ଭୁନାଥଙ୍କ ବାପା ଗଙ୍ଗାଧର କହିଛନ୍ତି, ଚନ୍ଦନକୁ ତାଙ୍କ ପୁଅ ୨୦ ହଜାର ଟଙ୍କା ଦେଇ ଥିଲେ। ଏହି ବକେୟା ଟଙ୍କା ମାଗିବାରୁ ଚନ୍ଦନ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥାଇପାରେ। ତେବେ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି।

By amfnews

Related Post