Sat. Mar 7th, 2026

ଛତିଶାନିଯୋଗ ବୈଠକ ଆଜି

248 Views

ପୁରୀ : ସ୍ନାନଯାତ୍ରାଠାରୁ ରଥଯାତ୍ରା, ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ତିନି ଠାକୁରଙ୍କ ନାନାଦି ନୀତି ନେଇ ଆସନ୍ତାକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ। ନିକଟରେ ନୀତି ସବ୍ କମିଟି ବୈଠକ ଅନୁଷ୍ଠିତ ହୋଇ ନୀତି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ରଥଯାତ୍ରା, ନୀଳାଦ୍ରୀ ବିଜେ ଆଦିର ନୀତି ଚୂଡ଼ାନ୍ତ ହୋଇଥିଲା। ଆସନ୍ତାକାଲି ଅପରାହ୍‌ଣରେ ଅନୁଷ୍ଠିତ ହେବାକୁ ଥିବା ଛତିଶାନିଯୋଗ ବୈଠକରେ ରଥଯାତ୍ରା ଆଦିର ବିଭିନ୍ନ ନୀତି ଚୂଡ଼ାନ୍ତ ହେବ। ପରେ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି ନୀତି ନିର୍ଘଣ୍ଟ ଉପରେ ମୋହର ବାଜିବ।

By amfnews

Related Post