ଉତ୍ତର ପ୍ରଦେଶର ଜଣେ ଡ୍ରାଇଭର ଛତିଗଡ଼ରୁ ନାବାଳିକାକୁ ଅପହରଣ କରି ନେଇଆସିଥିଲା । ବିଭିନ୍ନ ସ୍ଥାନରେ ରଖି ଶାରୀରିକ ନିର୍ଯାତନା ସହ ବାରମ୍ବାର ଦୁଷ୍କର୍ମ କରୁଥିଲା । ଗତକାଲି ତେଲକୋଇ ଜନସନପୁର ଗାଁ ନିକଟ ଜଙ୍ଗଲରେ ରଖି ମାଡ଼ ମାରୁଥିବା ସମୟରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ନାବାଳିକାକୁ ଉଦ୍ଧାର କରିବା ସହିତ ଚାଇଲ୍ଡ ଲାଇନକୁ ପଠାଇଛି । ସଂପୃକ୍ତ ଡ୍ରାଇଭରକୁ ଗିରଫ କରାଯାଇଛି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଅନ୍ୟପକ୍ଷରେ କେନ୍ଦ୍ରାପଡା ଜିଲ୍ଲା ମର୍ଶାଘାଇ ଥାନା ଅଚଂଳରେ ଏକ ନିନ୍ଦନୀୟ ଘଟଣା ଘଟିଛି । ଗତକାଲି ଜଣେ ବିଧବା ମହିଳାଙ୍କୁ ୬ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବଳାତ୍କାର ପରେ ମହିଳାଙ୍କୁ ରାସ୍ତା କଡରେ ମୁର୍ମୂଷୁ ଅବସ୍ଥାରେ ଫିଙ୍ଗି ଦେଇ ଫେରାର ହୋଇଯାଇଛନ୍ତି । ପରକୀୟା ପ୍ରୀତିକୁ ସନ୍ଦେହ କରି ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ କରାଯାଇଛି । ଅଭିଯୋଗ ପରେ ମର୍ଶାଘାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।