Sun. Mar 8th, 2026

ଛତିଶଗଡ଼ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଆରମ୍ଭ

240 Views

ରାୟପୁର, ୨୦/୧୧: କଡ଼ା ସୁରକ୍ଷା ଭିତରେ ଆଜି ଛତିଶଗଡ଼ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି।ଆଜି ଛତିଶଗଡ଼ର ୧୯ଟି ଜିଲ୍ଲାର ୭୨ଟି ବିଧାନସଭା ଆସନ ପାଇଁ ଭୋଟ୍‌ ହେଉଛିି। ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ଣ ୫ଟା ଯାଏ ଚାଲିବ।
ଗତ ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ମାଓବାଦୀପ୍ରବଣ ୧୮ଟି ବିଧାନସଭା ପାଇଁ ଅନୁଷ୍ଟିତ ପ୍ରଥମ ପର୍ଯ୍ୟାୟ ଭୋଟିଂରେ ପ୍ରାୟ ୭୨ ପ୍ରତିଶତ ଭୋଟିଂ ହୋଇଥିିଲା।

ତେବେ ଆଜି ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୨ଟି ବିଧାନସଭା ଆସନ ପାଇଁ ୧ ହଜାର ୭୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।ମୋଟ୍‌ ୧ କୋଟି ୫୩ ଲକ୍ଷ ୮୫ ହଜାର ୯୮୩ ଜଣ ମତଦାତାଆଜି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ମତଦାନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରାୟ ୧ ଲକ୍ଷ ସୁରକ୍ଷା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।ସେହିପରି ମତଦାନ ପାଇଁ ୧୯ ହଜାର ପୁଲିଂ ବୁଥ କରାଯାଇଥିିବା ବେଳେ ହେଲିକ୍ୟାପ୍ଟର ଓ ଡ୍ରୋନ୍‌ ସାହାଯ୍ୟରେ ଏହି ସବୁ ପୁଲିଂ ବୁଥ ଉପରେ ନଜର ରଖିବା ପାଇଁ ବ୍ୟବସ୍ଥା ହୋଇଛିି। ଆସନ୍ତା ଡିସେମ୍ବର ୧ ତାରିଖ ଦିନ ଭୋଟ୍‌ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ।

By amfnews

Related Post