Sun. Mar 8th, 2026
337 Views

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଛି। ଚୋର ଭାବି ଜଣେ ଯୁବକଙ୍କୁ ନିର୍ଧୁମ ପିଟିଛନ୍ତି ଯାତ୍ରୀ। ରେଳବାଇ ପୁଲିସ୍‌ ଉକ୍ତ ସମୟରେ ଉପସ୍ଥିତ ଥିଲେ ମଧ୍ୟ ନୀରବଦ୍ରଷ୍ଟା ସାଜିଛି।

ସୂଚନା ଅନୁସାରେ, ଆଜି ଜଳେଶ୍ୱର ରେଳ ଷ୍ଟେସନରେ କେତେକ ଯାତ୍ରୀ  ଖଡ଼ଗପୁର-ଭଦ୍ରକ ଟ୍ରେନରେ ଚଢ଼ିଥିଲେ। ଏହି ସମୟରେ ଜଣେ ଯାତ୍ରୀଙ୍କ ମୋବାଇଲ ହଜି ଯାଇଥିଲା।  ଏହା ଦେଖି ନିକଟରେ ବୁଲୁଥିବା ଜଣେ ଯୁବକଙ୍କୁ ଅନ୍ୟ ଯାତ୍ରୀମାନେ ଚୋର ଭାବି କାବୁ କରି ନେଇଥିଲେ।

ଏହାପରେ ତାଙ୍କୁ ନିର୍ଧୂମ ପିଟି ରେଳବାଇ ପୁଲିସ୍‌କୁ ହସ୍ତାନ୍ତର କରିଥିଲେ। ତେବେ ଏହି ଘଟଣା ସମୟରେ ଷ୍ଟେସନରେ ରେଳବାଇ ପୁଲିସ୍‌ ଉପସ୍ଥିତ ଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଥିଲେ।  ରେଳବାଇ ପୁଲିସ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି। ହେଲେ ତାଙ୍କ ନିକଟରୁ କୌଣସି ମୋବାଇଲ ମିଳି ନ ଥିବା ଜଣାଯାଇଛି।

By amfnews

Related Post