Thu. Dec 26th, 2024

ଚେନ୍ନାଇ ସୁପର କିଙ୍ଗସ ଦଳର ଅଧିନାୟକ ଭାବେ ୧୦୦ ତମ ଆଇପିଏଲ ମ୍ୟାଚ ଜିତିଲେ ଧୋନି

By amfnews Sep 20, 2020 #Featured
139 Views

ଆବୁଧାବୀ, ସେପ୍ଟେମ୍ବର ୨୦ : ଆଉ ଏକ ସେଂଚୁରୀ ମାରିଲେ ମହେନ୍ଦ୍ର ସିଂ ଧୋନି । ଦୀର୍ଘ ୪୩୭ ଦିନର ବ୍ୟବଧାନ ପରେ ପଡିଆକୁ ଓହ୍ଲାଇଥିବା କ୍ୟାପଟେନ କୁଲ ମାହି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । ଆଇପିଏଲ ୨୦୨୦ ର ଉଦଘାଟନୀ ମ୍ୟାଚରେ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଦଳ ଡିଫେଡିଙ୍ଗ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ହରାଇଛି । ଏହି ବିଜୟ ସହ ଅଧିନାୟକ ଭାବେ ଧୋନି ୧୦୦ ତମ ଆଇପିଏଲ ମ୍ୟାଚ ଜିତିଛନ୍ତି । ଆଇପିଏଲ ଇତିହାସର ପ୍ରଥମ ଅଧିନାୟକ ଭାବେ ଏହି ସଫଳତା ହାସଲ କରିଛନ୍ତି ଧୋନି ।

ଆଇପିଏଲ ଆରମ୍ଭରୁ ଧୋନି ଚେନ୍ନାଇ ସୁପର କିଙ୍ଗସ ଦଳର ନେତୃତ୍ୱ ନେଉଛନ୍ତି । ତାଙ୍କ ଅଧୀନରେ ଦଳ ୨୦୧୦, ୨୦୧୧ ଏବଂ ୨୦୧୮ ରେ ଆଇପିଏଲ ଟ୍ରଫି ଜିତିଛି । ଏହା ସହ ଧୋନି ପ୍ରଥମ ୱିକେଟ କିପର ଭାବରେ ଟି-୨୦ କ୍ରିକେଟରେ ଷ୍ଟମ୍ପ ପଛପଟୁ ୨୫୦ଟି ଶିକାର କେିବା ସହ ଆଇପିଏଲରେ ମଧ୍ୟ ୧୦୦ଟି କ୍ୟାଚ ଧରିସାରିଛନ୍ତି ।

By amfnews

Related Post