Sun. Mar 8th, 2026

ଚେନ୍ନାଇ ରେସ୍ତୋରାଁରେ ଖାଦ୍ୟ ପରିବେଷଣ କରି ଗ୍ରାହକଙ୍କ ସହ ତାମିଲ ଓ ଇଂଗ୍ରାଜୀରେ କଥାବାର୍ତ୍ତା କରୁଛି ରୋବୋଟ୍‌ େଓ୍ଵଟର୍‌

319 Views

ପୋରୁର: ପୋରୁର ଠାରେ ଥିବା ଚେନ୍ନାଇର ପ୍ରଥମ ‘ରୋବୋଟ୍‌ ରେସ୍ତୋରାଁ’ରେ ରୋବୋଟ୍‌ େଓ୍ଵଟର୍‌ ସବୁ କେବଳ ଖାଦ୍ୟ ପରିବେଷଣ କରୁ ନାହାନ୍ତି, ଗ୍ରାହକମାନଙ୍କ ସହ ତାମିଲ ଓ ଇଂରାଜୀ ଭାଷାରେ କଥାବାର୍ତ୍ତା କରୁଛନ୍ତି।

ରିସେପ୍‌ସନ୍‌ କାଉଣ୍ଟର୍‌ରେ ଗୋଟିଏ ମହିଳା ରୋବୋଟ୍‌ ଗ୍ରାହକଙ୍କ ଅନୁସନ୍ଧାନର ଉତ୍ତର ଦେଇ ସେମାନଙ୍କ ଟେବୁଲ୍‌ ନମ୍ବର ଆଡ଼କ ବାଟ ଦେଖାଇ ଦେଉଛି।

ସେ ରେସ୍ତୋରାଁରେ ଥିବା ପ୍ରତି ରୋବଟ୍‌ର ମୂଲ୍ୟ ୫ ଲକ୍ଷ ଟଙ୍କା। ରୋବୋଟ୍‌ଗୁଡ଼ିକୁ ପରିଚାଳନା କରିବାକୁ ରେସ୍ତୋରାଁର କର୍ମଚାରୀମାନେ ଉତ୍ତମ ପ୍ରଶିକ୍ଷଣ ପାଇଛନ୍ତି। କାଳେ ମଝିରେ କିଛି ଅସୁବିଧା ହେବ ସେଇ ଆଶଙ୍କାରେ ରେସ୍ତୋରାଁର କର୍ମଚାରୀମାନେ ଉକ୍ତ ରୋବୋଟ୍‌ ନିର୍ମତାଙ୍କ ସହ ସବୁବେଳେ ଯୋଗାଯୋଗ ରଖିଛନ୍ତି।

ରେସ୍ତୋରାଁର ଜେନେରାଲ୍‌ ମ୍ୟାନେଜର୍‌ କୈଳାସ କହନ୍ତି: ଭାରତରେ ଆମର ତିନିଟି ଶାଖା ରହିଛି। ଭାରତରେ କୌଣସି ରୋବୋଟ୍‌ ରେସ୍ତୋରାଁ ନ ଥିବାରୁ ଆମେ ତାହା ପ୍ରଚଳନ କରି ସଫଳ ହୋଇଛୁ। ରୋବୋଟ୍‌ଗୁଡ଼ିକର ନାଁ ଦିଆଯାଇ ନାହିଁ। ନାଁ ଦେବା ଲାଗି ଆମେ ଗ୍ରାହକମାନଙ୍କୁ କହିବୁ। ଆମର ଦୁଇ ପ୍ରକାରର ରୋବଟ୍‌ ଅଛି। ଗୋଟିଏ ଖାଦ୍ୟ ପରବେଷଣ କରୁଛି ଅନ୍ୟଟି ଗ୍ରାହକମାନଙ୍କୁ ବାଟ ବତାଇ ଦେଉଛି।

By amfnews

Related Post