Sat. Mar 7th, 2026

ଚେକ୍‌ଡ୍ୟାମ୍‌ ତଳକୁ ଖସି ପଡ଼ିଲା ଜିପ୍‌

181 Views

ଟିଟିଲାଗଡ଼ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ହାଟପଦା ପଡ଼ାଠାରେ ଥିବା ଚେକ୍‌ଡ୍ୟାମ୍‌ରେ ଏକ ଜିପ୍‌ ଖସିପଡ଼ିଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଗାଡ଼ି ଡ୍ରାଇଭର ପହଁରି ପହଁରି କୂଳକୁ ପଳାଇ ଆସିଥିଲେ। ତାଙ୍କ ବ୍ୟତୀତ ଗାଡ଼ିରେ ଆଉ କେହି ନଥିଲେ ବୋଲି ଜଣାପଡ଼ିଛି।

ଆଜି ଦିନ ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଜିପ୍‌ଟି ହାଡ଼ପଡ଼ା ପେଟ୍ରୋଲପମ୍ପରୁ ଦ୍ରୁତଗତିରେ ଆସି ଚେକ୍‌ଡ୍ୟାମ୍‌ରୁ ୩୦ ଫୁଟ ତଳକୁ ଖସିପଡ଼ିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଗାଡ଼ିଟିକୁ ପାଣିରୁ ବାହାର କରାଯାଇ ନାହିଁ।

ଏନେଇ ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି, “ଜିପ୍‌ରେ ଡ୍ରାଇଭର ଏକୁଟିଆ ଥିଲେ। ସେ ଭୁଲ୍‌ ବଶତଃ ରାଇଟ୍ ସାଇଟ୍‌କୁ କାଟିବା ବେଳେ ଗାଡ଼ିଟି ଡ୍ୟାମ୍‌ ତଳକୁ ଖସି ପଡ଼ିଲା। ଖବର ପାଇ ଆମେ ସଙ୍ଗେ ସଙ୍ଗେ  ଘଟଣାସ୍ଥଳରେ ପହଞ୍ଚିଥିଲୁ। ତେବେ ଡ୍ରାଇଭର ପହଁରି କୂଳକୁ ପଳାଇ ଆସିଥିଲେ। ଗାଡ଼ିରେ ଡ୍ରାଇଭର ଏକୁଟିଆ ଥିଲେ ବୋଲି ନିଜେ କହିଥିଲେ।”

By amfnews

Related Post