Mon. Jun 9th, 2025

ଚୀନ୍-ଭାରତ ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଲେହ ଗସ୍ତ

By amfnews Jul 17, 2020 #Featured
165 Views

ନୂଆଦିଲ୍ଲୀ: ଚୀନ୍ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ‌ସେ ଅଞ୍ଚଳର ସାମଗ୍ରିକ ନିରାପତ୍ତା ସ୍ଥିତି ସମୀକ୍ଷା କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ସକାଳେ ଲେହରେ ପହଞ୍ଚିଛନ୍ତି।

ଚିଫ୍ ଅଫ୍ ଡିଫେନ୍‌ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱାତ୍ ଏବଂ ସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱଣେ ମଧ୍ୟ ସିଂହଙ୍କ ସହ ଗସ୍ତରେ ଅଛନ୍ତି। ଲଦାଖରେ ଅବତରଣ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ସ୍ତାକ୍‌ନା ଫର୍‌ୱାର୍ଡ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ସୈନିକମାନେ ତାଙ୍କୁ ସଶସ୍ତ୍ରବାହିନୀର ପାରାଡ୍ରପିଙ୍ଗ୍ ଦକ୍ଷତା ଦେଖାଇ‌ଥିଲେ।

ଏହା ହେଉଛି ପ୍ରତିରକ୍ଷା ମନ୍ତ୍ରୀଙ୍କର ଦୁଇ ଦିନିଆ ଲଦାଖ ଏବଂ ଜମ୍ମୁ ଓ କଶ୍ମୀର ଗସ୍ତ। ଆଜି ଦିନକ ସେ ଲଦାଖ ଗସ୍ତରେ ରହିବେ। ଆସନ୍ତାକାଲି ସେ ଜମ୍ମୁ ଓ କଶ୍ମୀର ଗସ୍ତରେ ଯିବେ।

ସ୍ପର୍ଶକାତର ସେକ୍ଟର୍‌ରେ ଭାରତ ଓ ଚୀନ୍ ସୈନିକମାନଙ୍କ ମଧ୍ୟରେ ସାମରିକ ଉତ୍ତେଜନା ଚାଲିଥିବା ବେଳେ ସିଂହ ଲେହରେ ପହଞ୍ଚିଛନ୍ତି। ପୂର୍ବ ଲଦାଖରୁ ସୈନ୍ୟ ଅପସାରଣ ନିମନ୍ତେ ଭାରତ ଓ ଚୀନ୍ ନିକଟରେ ଚାରି ଥର ଆଲୋଚନା କରି ସାରିଛନ୍ତି।

By amfnews

Related Post