Sat. Nov 23rd, 2024

ଚୀନକୁ ଜବାବ ଦେବା ପାଇଁ ୫ଟି ଦେଶରେ ସାଟେଲାଇଟ ଗ୍ରାଉଣ୍ଡ ସେଣ୍ଟର ସ୍ଥାପନ କରିବ ଭାରତ

By amfnews Jan 3, 2019 #Featured
249 Views

ନୂଆଦିଲ୍ଲୀ,Jan.03 2019 : ତିବ୍ଦତରେ ଭାରତୀୟ ସୀମାଠାରୁ ମାତ୍ର ୧୨୫ କିଲୋମିଟର ଦୂରରେ ଚୀନ ନିର୍ମାଣ କରିଛି ଏକ ଅତ୍ୟାଧୁନିକ ସାଟେଲାଇଟ ଟ୍ରାକିଂ ସେଣ୍ଟର ଓ ଆଷ୍ଟ୍ରୋନୋମିକାଲ ଅବଜରଭୋଟୋରୀ । ଏହା ମହାକାଶ ଗବେଷଣା ପାଇଁ ନିର୍ମାଣ କରାଯାଇଥିବା ଚୀନ କହୁଥିଲେ ମଧ୍ୟ ପ୍ରକୃତରେ ଏହା ଭାରତ ଉପରେ ନଜର ରଖିବାକୁ ଉଦ୍ଦିଷ୍ଟ ବୋଲି କୁହାଯାଉଛି । କିନ୍ତୁ ଏହାର ଜାବାବ ଦେବାକୁ ଭାରତ ପ୍ରସ୍ତୁତ ହୋଇଯାଇଛି । ଭାରତ ୫ଟି ସାର୍କ ଦେଶ ଭୁଟାନ, ନେପାଳ, ମାଲଦ୍ୱୀପ, ବାଂଲାଦେଶ ଓ ଶ୍ରୀଲଙ୍କାରେ ବୃହତ ସାଟେଲାଇଟ ଗ୍ରାଉଣ୍ଡ ଷ୍ଟେସନ ସ୍ଥପନ କରିବ । କେବଳ ଏତିକି ନୁହେଁ ପ୍ରାୟ ୫୦୦ଟି ଟର୍ମିନାଲ ମଧ୍ୟ ସ୍ଥାପନ କରାଯିବ । ଭାରତ ଭୁଟାନରେ ଏହିପରି ଏକ ଗ୍ରାଉଣ୍ଡ ସେଣ୍ଟର ସ୍ଥାପନ କରାଯାଇସାରିଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଏହାକୁ ନିର୍ମାଣ କରାଯାଉଛି । ତେବେ ଏହି ଗ୍ରାଉଣ୍ଡ ସେଣ୍ଟର ଦ୍ୱାରା ଭୁଟାନ ମଧ୍ୟ ଉପକୃତ ହୋଇପାରିବ ।

ଗତ ମଇ ମାସରେ ଭାରତ ମହାକାଶକୁ ଛାଡିଥିବା ଦକ୍ଷିଣ ଏସିଆ ସାଟେଲାଇଟ ମାଧ୍ୟମରେ ଏହା ସମ୍ଭବ ହୋଇପାରିବ । ବିଶେଷକରି ପ୍ରାକୃତିକ ବିପର୍ଯ୍ୟୟ, ଟେଲିମେଡିସିନ, ପାଣିପାଗ ସୂଚନା ପାଇପାରିବ ଭୁଟାନ । ଅନ୍ୟପକ୍ଷରେ ଭାରତ ମଧ୍ୟ ତିବ୍ଦତରେ ଚୀନର କାର୍ଯ୍ୟକଳାପ ଉପରେ ମଧ୍ୟ ଭାରତ ନଜର ରଖିପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

By amfnews

Related Post