Sat. Mar 7th, 2026

ଚିଲିକାରେ ଡଙ୍ଗା ବୁଡ଼ିବା ପରେ ଚେତିଲା ପ୍ରଶାସନ ; ଆଜିଠୁ ଯାଞ୍ଚ କଡ଼ାକଡ଼ି

168 Views

ବାଲୁଗାଁ : ଚିଲିକା ମଝିରେ ଗତ ୨ ତାରିଖରେ ହୋଇଥିବା ଡଙ୍ଗାବୁଡ଼ି ଘଟଣା ପରେ ଚେତିଲା ପ୍ରଶାସନ । ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ବେଳେ ଅକାଳରେ ଚାଲି ଯାଉଛି ବହୁ ଜୀବନ। ତେଣୁ ଏପରି ପରିସ୍ଥିତିର ମୁକାବିଲା ନିମନ୍ତେ ଆଜିଠୁ ସମସ୍ତ ଡଙ୍ଗାର କାଗଜ ପତ୍ର ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ଅଧିକାରୀ। ଡଙ୍ଗାର ଫିଟ୍‌ନେସ୍‌ ଅଛି ନା ନାହିଁ, ଡଙ୍ଗା ଚାଳକଙ୍କ ଲାଇସେନ୍ସ ଅଛି ନା ନାହିଁ ତାହା କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ ।

ଗତ ୨ ତାରିଖରେ  କାଳିଯାଈ ପୀଠରୁ ଭୋଜି ସାରି ଗୋଟିଏ ମାଛଧରା ଡଙ୍ଗାରେ ୧୭ ଜଣ ଫେରୁଥିବା ବେଳେ ମଝି ଚିଲିକାରେ ଡଙ୍ଗାଟି ବୁଡ଼ି ଯାଇଥିଲା। ସେମାନଙ୍କ ପଛରେ ଆସୁଥିବା ଅନ୍ୟ ଏକ ଡଙ୍ଗାର ଯାତ୍ରୀ ବୁଡିଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ଏହାର ପୁଙ୍ଗାନୁପୁଙ୍ଖ ତଦନ୍ତ ହେବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

By amfnews

Related Post