Sat. Mar 7th, 2026

ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନଉତ୍ପୀଡ଼ନ ଅଭିଯୋଗ କରିଥିବା ଆଇନ୍‌ ଛାତ୍ରୀ ଗିରଫ

217 Views

ନୂଆଦିଲ୍ଲୀ: ବିଜେପି ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନଉତ୍ପୀଡ଼ନ ଅଭିଯୋଗ କରିଥିବା ୨୩ ବର୍ଷୀୟ ଉତ୍ତର ପ୍ରଦେଶ ଆଇନ ଛାତ୍ରୀଙ୍କୁ ଧମକ ଦେଇ ଅର୍ଥ ଆଦାୟ କରୁଥିବା ଅଭିଯୋଗରେ ଗିରଫ କରିଛି ଘଟଣାର ତଦନ୍ତ କରୁଥିବା ସ୍ପେସାଲ୍‌ ଟିମ୍‌।

ଗିରଫଦାରିରୁ ବର୍ତ୍ତିବା ଲାଗି ସ୍ଥାନୀୟ ଅଦାଲତକୁ ଯାଇଥିଲେ ବି ଆଇନ ଛାତ୍ରୀଙ୍କୁ ତୁରନ୍ତ ଆଶ୍ୱସ୍ତି ମିଳିପାରିନାହିଁ। ମାମଲାର ଶୁଣାଣି ପାଇଁ ଅଦାଲତ ବୁଧବାରକୁ ଦିନ ଧାର୍ଯ୍ୟ କରିଛି। ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ର ମୁଖ୍ୟ ପୁଲିସ ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ ନବୀନ ଅରୋରା କହିଛନ୍ତି ସେ ତାଙ୍କୁ ଗିରଫ କରାଯାଇଛି।

ସମ୍ପୃକ୍ତ ଆଇନ ଛାତ୍ରୀଙ୍କ ଆପତ୍ତିକ୍ରମେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଦୁଷ୍କର୍ମ ଏବଂ ବ୍ଲାକ୍‌ମେଲ୍‌ କରୁଥିବା ବିଜେପି ନେତା ଚିନ୍ମୟାନନ୍ଦଙ୍କୁ ଗିରଫ କରିଥିଲା। ଚିନ୍ମୟାନନ୍ଦଙ୍କ ଗିରଫ ସମୟରେ ଧମକ ଦେଇ ତାଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗରେ ତିନି ଜଣଙ୍କ ଗିରଫ କରାଯାଇଥିଲା।  ସେ ତିନି ଜଣଙ୍କ ମଧ୍ୟରୁ ସଞ୍ଜୟ ସିଂହଙ୍କ ସହ ସମ୍ପୃକ୍ତ ଆଇନ ଛାତ୍ରୀ ବରାବର ସମ୍ପର୍କ ରଖିଥିବା କଥା ତଦନ୍ତକାରୀ ଦଳ ଜାଣିବାକୁ ପାଇଛନ୍ତି। ଦୁଇ ବର୍ଷ ମଧ୍ୟରେ ଦୁହେଁ ୪୨୦୦ ଥର ପରସ୍ପର ମଧ୍ୟରେ କଥାବାର୍ତ୍ତା ହୋଇଛନ୍ତି।

By amfnews

Related Post