Sun. Mar 8th, 2026

ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଯୁବତୀ ଗିରଫ ହେବେ!

582 Views

ଲକ୍ଷ୍ନୌ  : ବିଜେପି ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ସେ ଗିରଫ ହୋଇ ଜେଲ୍ ଯାଇଛନ୍ତି। ଏବେ ଅଭିଯୋଗ ଆଣିଥିବା ପୀଡ଼ିତା ଜେଲ୍ ଯାଇପାରନ୍ତି। ଯୌନ ନିର୍ଯାତନା ମାମଲାର ତଦନ୍ତ କରୁଥିବା ଏସଆଇଟି ତଦନ୍ତ ବେଳେ ପୀଡ଼ିତାଙ୍କ ବିରୋଧରେ ଏମିତି କିଛି ପ୍ରମାଣ ପାଇଛି ବୋଲି ସୂଚନା ରହିଛି। ଚିନ୍ମୟାନନ୍ଦଙ୍କଠୁ ଟଙ୍କା ଆଦାୟ କରିବା ପାଇଁ ପୀଡ଼ିତାଙ୍କ ବନ୍ଧୁ ସଞ୍ଜୟ ସିଂହ ଏବଂ ଦୁଇ କକା ପୁଅ ଧମକ ଚମକ ଦେଇଥିବାର ପ୍ରମାଣ ଏସଆଇଟିକୁ ମିଳିଥିବା ସୂଚନା ରହିଛି। ଯେଉଁଥିରେ ପୀଡ଼ିତା ମଧ୍ୟ ନିଜେ ସାମିଲ୍ ରହିଥିବା ସୂଚନା ରହିଛି।

ଏସଆଇଟି ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ବେଳେ ଘଟଣାର ସମସ୍ତ ଦିଗ ଉପରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ପୀଡ଼ିତାଙ୍କ ଅଭିଯୋଗ ଓ ଚିନ୍ମୟାନନ୍ଦଙ୍କ ବୟାନ ଆଧାରରେ ଏବେ ଏସାଇଟି ତଦନ୍ତ କରୁଛି। ଚିନ୍ମୟାନନ୍ଦ ଗିରଫ ହେବା ପରେ ତିନି ଯୁବକ ମଧ୍ୟ ଗିରଫ ହୋଇଥିବା ସୂଚନା ରହିଛି। ଏହି ତିନି ଯୁବକ ପୀଡ଼ିତାଙ୍କ ବନ୍ଧୁ ଏବଂ ଦୁଇ ଭାଇ ବୋଲି ସୂଚନା ରହିଛି। ଏବେ ପୀଡ଼ିତାଙ୍କୁ ଗିରଫ କରିବା ପାଇଁ ଏସଆଇଟି କୋର୍ଟରେ ଆବେଦନ କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚିନ୍ମୟାନନ୍ଦ ଲ’ କଲେଜରେ ଆଇନରେ ପିଜି କରୁଛନ୍ତି ପୀଡ଼ିତା। ପାଠ ପଢ଼ିବା ବେଳେ କଲେଜର ମାଲିକ ଚିନ୍ମୟାନନ୍ଦ ତାଙ୍କୁ ଯୌନ ନିର୍ଯାତନା ବର୍ଷେ ହେବ ଦେଉଥିଲେ ବୋଲି ଅଭିଯୋଗ କରିଥିଲେ। ଏହାପରେ ଚିନ୍ମୟାନନ୍ଦ ଜେଲ ଯାଇଛନ୍ତି।

By amfnews

Related Post