Thu. Dec 26th, 2024

ଚିତ୍ରକଳା ପାଇଁ ଦେବେନ୍ଦ୍ର ମହାରଣା ସମ୍ବର୍ଦ୍ଧିତ

By amfnews Jan 1, 2019 #Featured
126 Views

ରାଉରକେଲା, ୧ା୧  : ପଶ୍ଚିମବଙ୍ଗ ଅନ୍ତର୍ଗତ ପଶ୍ଚିମ ବର୍ଦ୍ଧନ ସ୍ଥିତ ଶ୍ରୀଶ୍ରୀ ସାରଦାମଣି ମତ୍ରୀ ଆଶ୍ରମ, କାଳିକାନନ୍ଦ କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟ ଓ କୁଲତି ମଦଦ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଜାତୀୟ ଆର୍ଟ ଆଣ୍ଡ କ୍ରାଫ୍ଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ବିଗତ ୧୧ ବର୍ଷ ଧରି ଆୟୋଜିତ ହୋଇଆସୁଛି । ଗତ ୨୦୧୮ ବର୍ଷ ପାଇଁ ଆୟୋଜିତ ଏହି ଉତ୍ସବ ଗତ ଡିସେମ୍ବର ମାସ ୨୬, ୨୭ ଓ ୨୮ ତାରିଖ ୩ ଦିନ ଧରି ଚାଲିଥିଲା । ଭାରତର ବିଭିନ୍ନ କୋଣରୁ ଚିତ୍ରକଳା ଉପରେ ବିଭିନ୍ନ ପ୍ରକଳ୍ପମାନ ପ୍ରଦର୍ଶନ ସହ ଏଥିରେ ଉକ୍ରର୍ଷତା ପାଇଁ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ଓଡିଶାର ସୁନ୍ଦରଗଡ ଜିଲାରୁ ପ୍ରତିନିଧିତ୍ୱ କରିଥିବା ଦେବେନ୍ଦ୍ର ମହାରଣାଙ୍କୁ ଚିତ୍ରକଳା, ସଂସ୍କୃତି ଓ ଐତିହ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ଏଥିପାଇଁ ଶ୍ରୀ ମହାରଣାଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ, ମାନପତ୍ର ଓ ପଦକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଚିତ୍ରକଳା କ୍ଷେତ୍ରରେ ଶ୍ରୀ ମହାରଣାଙ୍କ ପାରଦର୍ଶିତା ଯୋଗୁଁ ସମ୍ବର୍ଦ୍ଧିତ କରାଯାଇଥିବାରୁ ଏହା ଓଡିଶା ପାଇଁ ଗୌରବର ବିଷୟ, ଯାହା ଉତ୍ତରପିଢି ପାଇଁ ପ୍ରେରଣା ଉତ୍ସବ ହେବ ବୋଲି ଶ୍ରୀ ମହାରଣା ତାଙ୍କ ବକ୍ତବ୍ୟରେ କହିଛନ୍ତି ।

By amfnews

Related Post