ଭୁବନେଶ୍ୱର : ଚିଟ୍ଫଣ୍ଡ ତଦନ୍ତର ଟର୍ମସ୍ ଅଫ୍ ରେଫରେନ୍ସରେ ସଂଶୋଧନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚିଟ୍ଫଣ୍ଡ ଘଟଣାର ତଦନ୍ତ ପାଇଁ ଜଣିକିଆ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରାଯାଇଥିବା ଟର୍ମସ ଅଫ ରେଫରେନ୍ସରେ ସରକାର ସଂଶୋଧନ କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନୂଆ ସଂଶୋଧିତ ଟର୍ମସ ଅଫ ରେଫରେନ୍ସରୁ ସ୍ପଷ୍ଟ ହୋଇଛି, ଏବେ କମିଶନ କେବଳ କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ ତଦନ୍ତ କରିବେ । ପୂର୍ବରୁ ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ କରାଯିବ ବୋଲି ଟର୍ମସ ଅଫ ରେଫରେନ୍ସରେ ଉଲ୍ଲେଖ ରହିଥିଲା। ହେଲେ ଏବେ ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ ବୋଲି ଉଲ୍ଲେଖ ରହିଛି ।
ଚିଟ୍ଫଣ୍ଡ ମାମଲାରେ ଏବେ ତଦନ୍ତ କରୁଛନ୍ତି ଜଷ୍ଟିସ ମଦନ ମୋହନ ଦାସ । ତେବେ ସଂଶୋଧନ ନିୟମ ପରେ ବୃହତ୍ତ ଜମାକାରୀଙ୍କ ଚିହ୍ନଟ କରାଯିବ କି ନାହିଁ ଏବଂ ଏପର୍ଯ୍ୟନ୍ତ ବୃହତ୍ତ ଜମାକାରୀଙ୍କ ପ୍ରସଙ୍ଗରେ ହୋଇଥିବା ତଦନ୍ତକୁ ନେଇ କି ପଦକ୍ଷେପ ଗ୍ରହଣ କରାଯାଉଛି, ତାକୁ ନେଇ ପ୍ରଶ୍ନ ଉଠିଛି ।